Advertisment

ଭୂମିହୀନ ଚାଷୀଙ୍କ ପାଇଁ ଚାଷଜମି ଲିଜ୍ ଆଇନ ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏକାଧିକ ଥର ଭାଗଚାଷୀ ଆଇନ୍ ଆଣିବାରେ ବିଫଳ ହେବାପରେ ଭୂମିହୀନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଚାଷଜମି ଲିଜ୍ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାର ଡ୍ରାଫଟ୍ ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ମତାମତ ମଧ୍ୟ ସଂଗ୍ରହ କରାଯାଇଛି। ଲକ୍ ଡାଉନ୍ ପରେ ଏନେଇ ବିଚାର ବିମର୍ଷ କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ପ୍ରସ୍ତାବିତ ନୂଆ ଆଇନ୍ ଭୂମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ବୀମାଭୁକ୍ତ […]

ଭୂମିହୀନ ଚାଷୀଙ୍କ ପାଇଁ ଚାଷଜମି ଲିଜ୍ ଆଇନ ଆଣିବେ ରାଜ୍ୟ ସରକାର

farmesd

Advertisment

ଭୁବନେଶ୍ୱର: ଏକାଧିକ ଥର ଭାଗଚାଷୀ ଆଇନ୍ ଆଣିବାରେ ବିଫଳ ହେବାପରେ ଭୂମିହୀନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଚାଷଜମି ଲିଜ୍ ଆଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର।

Advertisment

ଏହାର ଡ୍ରାଫଟ୍ ପ୍ରସ୍ତୁତ ହେବା ପରେ ଏ ସଂପର୍କରେ ମତାମତ ମଧ୍ୟ ସଂଗ୍ରହ କରାଯାଇଛି। ଲକ୍ ଡାଉନ୍ ପରେ ଏନେଇ ବିଚାର ବିମର୍ଷ କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

Why Indian Farmers Are Killing Themselves

ପ୍ରସ୍ତାବିତ ନୂଆ ଆଇନ୍ ଭୂମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ବୀମାଭୁକ୍ତ କରିବା, ଋଣ ପ୍ରଦାନ, ସରକାରୀ ସବ୍‌ସିଡି ଓ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ସହାୟକ ହେବ ବୋଲି ଆଶା କରାଯାଉଛି।

Advertisment

Equipment Injuries on Farms | WKW

ପ୍ରସ୍ତାବିତ ଆଇନ ନଥିବାରୁ ରାଜ୍ୟରେ ଅନେକ ଚାଷୀ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି। ବରଗଡ଼ ବରାହଗୋଡ଼ା ଗାଁର ଏକାଦଶିଆ ସାହୁଙ୍କ କଥା ଜାଣନ୍ତୁ। ଏକଦଶିଆ ୧୦ ଏକର ଭାଗ ଜମିରେ ଧାନ ଚାଷ କରୁଛନ୍ତି। ହେଲେ ଭାଗଚାଷୀ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି। କାଳିଆ ଯୋଜନା ହେଉ କି, ଧୋଇ ମରୁଡ଼ି ହେଲେ ସରକାରୀ ସହାୟତା କିମ୍ବା ଫସଲ ବୀମା ଯୋଜନା ସବୁଥିରୁ ସେ ବଂଚିତ। ଯାହା ଲାଭ ହେଉଛି କେବଳ ଜମି ମାଲିକର।

Kerala will bleed if India negotiates trade deal in secrecy: Why ...

ସେହିଭଳି କାଳାପାଣି ଗାଁର ସୁରେଶ ନିକାନ୍ତି ମଧ୍ୟ ୭ ଏକର ଜମି ଭାଗରେ ଚାଷ କରୁଛନ୍ତି। ସେ ବି ସରକାରଙ୍କ ସବୁ ସୁବିଧାରୁ ବଚିଂତ। କେବଳ ଏ ଦୁଇ ଜଣଙ୍କର ସମସ୍ୟା ନୁହେଁ, ଜମି ନଥିବା ଲକ୍ଷ ଲକ୍ଷ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment

Kerala budget 2017: Palakkad farmers disappointed

ଚାଷୀମାନଙ୍କ ଏସବୁ ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ଚାଷ ଜମି ଲିଜ୍ ଆଇନ ଏନେଇ ପ୍ରସ୍ତୁତ ହୋଇଛି ଡ୍ରାଫଟ୍। ଓଡ଼ିଶା ଆଗ୍ରିକଲ୍ଚରାଲ୍ ଲ୍ୟାଣ୍ଡ ଲିଜିଂ ଆକ୍ଟ। ଯେଉଁଥିରେ ଜମିହୀନ ଚାଷୀଙ୍କୁ ସ୍ୱୀକୃତି ଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ମିଳିବାର ବ୍ୟବସ୍ଥା ରହିଛି। ଭାଗଚାଷୀକୁ ସୁବିଧା ଯୋଗାଇବା ପାଇଁ ଜମିକୁ ଲିଜ୍ ଦିଆଯିବ। ପଂଜୀକୃତ ଚାଷୀ, ଏସ୍ଏଚ୍‌ଜି, ଜଏଣ୍ଚ ଲାଏବିଲିଟି ଗ୍ରୁପ୍ ଓ କଂପାନୀମାନେ ଚାଷ ଜମି ଲିଜ୍‌ରେ ନେଇ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସାମିଲ ହୋଇପାରିବେ।

File:Paddy field kerala.jpg - Wikimedia Commons

ତେବେ ଏଥିପାଇଁ ଜମି ମାଲିକ ଓ ଭୂମିହୀନ ଚାଷୀ ମଧ୍ୟରେ ଲିଖିତ ଚୁକ୍ତି କରାଯିବ। ଲିଜ୍ ଏଗ୍ରିମେଣ୍ଟରେ ଆର୍‌ଆଇ,ସରପଂଚ, ସ୍ଥାନୀୟ ବ୍ୟାଙ୍କ ଅଧିକାରୀ କିମ୍ବା ନୋଟାରୀଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଆଟେଷ୍ଟଡ୍ ହେବ।

ସେହିପରି ମୌଖିକ ବା ଓରାଲ୍ ଲିଜ୍ ବ୍ୟବସ୍ଥା ମଧ୍ୟ ରହିଛି। ଏହା ଅନୁଯାୟୀ ରାଜସ୍ୱ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ଗ୍ରାମସଭାରେ ଏ ସଂପର୍କରେ ଆଲୋଚନା କରାଯିବା ପରେ ଏହାକୁ ରାଜସ୍ୱ ଅଧିକାରୀଙ୍କ ମଞ୍ଜୁରୀ ମିଳିବା ଆବଶ୍ୟକ।

Better Than Loan Waiver? Uttarakhand Farmers Will Soon Get Zero ...

ତେବେ ପ୍ରସ୍ତାବିତ ଆଇନ୍‌ରେ ଜମି ମାଲିଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ଅନେକ ବ୍ୟବସ୍ଥା ରହିଛି। କୌଣସି ଲିଜ୍ ଏଗ୍ରିମେଣ୍ଟ ରେକର୍ଡ ଅଫ୍ ରାଇଟ୍ସରେ ଆସିବ ନାହିଁ। ଉଭୟ ପକ୍ଷ ମଧ୍ୟରେ କୌଣସି ବିବାଦ ହେଲେ ବିଭିନ୍ନ ସ୍ତରରେ ସମାଧାନ ପାଇଁ ଚେଷ୍ଟା କରାଯିବ। ଯଦି ସମାଧାନ ନହୁଏ ତେବେ ସ୍ୱତନ୍ତ୍ର ଜମି ପ୍ରାଧିକରଣରେ ଏହାର ବିଚାର ହେବ। ଲକ୍ ଡାଉନ ସରିବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି।

The world must step off the chemical farming treadmill ରାଜ୍ୟ ସରକାର ପୂର୍ବରୁ ଅନେକ ଥର ଭାଗ ଚାଷୀ ଆଇନ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେସବୁ ବିଭିନ୍ନ ବିବାଦରେ ଫସିଥିଲା। ଏହାପରେ ସେଥିରେ କିଛି ପରିବର୍ତ୍ତନ କରି ଚାଷଜମି ଲିଜ୍ ଆଇନ୍ ଆଣିବାକୁ ସରକାର ପ୍ରଚେଷ୍ଟା କରୁଛନ୍ତି। ତେବେ ଏହାଦ୍ୱାରା ଚାଷୀ ପ୍ରକୃତରେ କେତେ ଲାଭବାନ ହେଉଛି ତା ଉପରେ ନଜର।

Teaching agrobiodiversity: a comprehensive guide | CCAFS: CGIAR ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ