onion
ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ରିଟେଲର୍ ଓ ହାଟ ମାନଙ୍କରେ ପିଆଜ ଦର ବଢିବାରେ ଲାଗିଛି। କେଉଁଠି ଦର କିଲୋ ପ୍ରତି ଏହାର ଦର ୮୦ ଥିବା ବେଳେ ଆଉ କେଉଁଠି ଏହାର ମୂଲ୍ୟ ୧୦୦କୁ ଛୁଇଁଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ଏବେ ଗ୍ରାହକ ପିଆଜ କିଣିବାକୁ କୁଣ୍ଠାବୋଧ କରୁଛନ୍ତି। ରୋଷେଇ ଘରେ ଏବେ ପିଆଜକୁ ମଧ୍ୟ କମ୍ ଦେଖିବାକୁ ମିଳୁଛି।
କିଛି କିଛି ସ୍ଥାନରେ ବ୍ୟବସାୟୀଙ୍କ କହିବା କଥା, ପିଆଜ ଆମଦାନୀ କମ୍ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ଚଢାଦରରେ ବିକ୍ରି ଅଭିଯୋଗ ଆସିଲେ ସଂପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/onion-2_1625180867.jpg)