Advertisment

ପୁରୀ ପରେ ଏହିସବୁ ସ୍ଥାନରେ ବନ୍ଦ ହେଲା ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ବାତିଲ ହେଲା ରଥଯାତ୍ରା। ଏ ନେଇ ସୁପ୍ରିମ୍‌କୋର୍ଟ ବଡ଼ ରାୟ ଦେଇଛନ୍ତି। ସେପେଟ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ବନ୍ଦକୁ ନେଇ ଦେଖାଦେଇଛି ଅସନ୍ତୋଷ। ଇତିହାସ କହେ, ଚଳିତ ବର୍ଷ ବାରିପଦା ରେ ୪୪୫ ତମ ରଥଯାତ୍ରା ବନ୍ଦ ହେବାକୁ ଯାଉଛି। ୧୫୭୫ ମସିହାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ପରମ୍ପରା ଚାଲି ଆସୁଅଛି। ପ୍ରଶାସନର ନୋଟିସ ପରେ ଆଜି ସେବାୟତମାନେ ଏକତ୍ର ହୋଇ ସରକାର ଆଉଥରେ ବିଚାର କରନ୍ତୁ ବୋଲି […]

ପୁରୀ ପରେ ଏହିସବୁ ସ୍ଥାନରେ ବନ୍ଦ ହେଲା ରଥଯାତ୍ରା

ratha 1

Advertisment

ଭୁବନେଶ୍ୱର: ଚଳିତ ବର୍ଷ ବାତିଲ ହେଲା ରଥଯାତ୍ରା। ଏ ନେଇ ସୁପ୍ରିମ୍‌କୋର୍ଟ ବଡ଼ ରାୟ ଦେଇଛନ୍ତି। ସେପେଟ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ବନ୍ଦକୁ ନେଇ ଦେଖାଦେଇଛି ଅସନ୍ତୋଷ। ଇତିହାସ କହେ, ଚଳିତ ବର୍ଷ ବାରିପଦା ରେ ୪୪୫ ତମ ରଥଯାତ୍ରା ବନ୍ଦ ହେବାକୁ ଯାଉଛି। ୧୫୭୫ ମସିହାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ପରମ୍ପରା ଚାଲି ଆସୁଅଛି।

Advertisment

publive-image

ପ୍ରଶାସନର ନୋଟିସ ପରେ ଆଜି ସେବାୟତମାନେ ଏକତ୍ର ହୋଇ ସରକାର ଆଉଥରେ ବିଚାର କରନ୍ତୁ ବୋଲି ମତ ଦେଇଛନ୍ତି। ଜନ ସାଧାରଣଙ୍କୁ ବାରଣ କରି କେବଳ ସେବାୟତମାନଙ୍କୁ ରଥଯାତ୍ରାର ନିତିନିୟମ ପାଳନ କରିବାକୁ ଦିଅନ୍ତୁ ବୋଲି ଦାବି କରିଛନ୍ତି ସେବାୟତ।

publive-image

ସେହିଭଳି କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ ହୋଇଛି। କରୋନା ପାଇଁ ଏଥର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ବନ୍ଦ ସତ୍ତ୍ୱେ ମନ୍ଦିରରେ ଠାକୁରଙ୍କ ରୀତିନୀତି ହେବ। ରଥଯାତ୍ରା ବନ୍ଦ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ସେପଟେ ରଥଯାତ୍ରା ବନ୍ଦକୁ ନେଇ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁଣିଥରେ ଏହି ନିଷ୍ପତ୍ତିକୁ ବିଚାର କରାଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ