Advertisment

ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍

ଭୁବନେଶ୍ୱର: ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି। ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି […]

ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍

car-festival

Advertisment

ଭୁବନେଶ୍ୱର: ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି।

Advertisment

ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି ଲ’ ଆଣ୍ଡ ଲିଗାଲ ଆଫେୟାର୍ସ ଡିପାର୍ଟମେଣ୍ଟ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍‌କନ୍‌ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା।

ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି ଗତକାଲି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ଶ୍ରୀଜଗନ୍ନାଥ ସେନା ଓ ପୁରୀ ସଚେତନ ନାଗରିକ ମଞ୍ଚ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ