Advertisment

କଡ଼ା ଟ୍ରାଫିକ୍‌ ନିୟମ ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଘଟଣା ହାରରେ ଏବେ ସାରା ଦେଶରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି। ଆଗକୁ ଏହାକୁ ୨୦ ପ୍ରତିଶତ କମାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା […]

କଡ଼ା ଟ୍ରାଫିକ୍‌ ନିୟମ ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି: ପରିବହନ ମନ୍ତ୍ରୀ

ab

Advertisment

ଭୁବନେଶ୍ୱର: ଦୁର୍ଘଟଣା ହାରରେ ଏବେ ସାରା ଦେଶରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି। ଆଗକୁ ଏହାକୁ ୨୦ ପ୍ରତିଶତ କମାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Advertisment

ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା ପୂର୍ବରୁ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ପ୍ରତି ୩୦ କିମି ରାସ୍ତାରେ ସ୍କ୍ୱାଡ ରଖିବାର ବନ୍ଦୋବସ୍ତ କରାଯିବ। ରାସ୍ତାକଡ଼ରେ ପାର୍କିଂ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ। ତେବେ ଏଥିପାଇଁ ଅଧିକ ଆର୍ଥିକ ସହଯୋଗ ଓ ମାନବ ସମ୍ବଳର ଆବଶ୍ୟକତା ରହିଛି। ବୈଠକରେ ଏସବୁ ଦାବି ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ କେତୋଟି ଜିନିଷରେ ଟ୍ରାଫିକ ଜରିମାନା କୋହଳ ହେବା ଦରକାର ବୋଲି ବୈଠକରେ ଦାବି ଉଠାଇବେ ବୋଲି ପଦ୍ମନାଭ କହିଛନ୍ତି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ