Advertisment

ମାଲକାନଗିରି ପରେ ଜୟପୁରରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ହୁ ହୁ  ହୋଇ ବଢିଚାଲିଛି ତୈଳ ଦର। ତୈଳଦର ବୃଦ୍ଧିର ସିଧାସଳଖ ପ୍ରଭାବ ପଡୁଛି ପ୍ରଭାବ ସାଧାରଣ ଲୋକଙ୍କ ଉପରେ। କରୋନା ସମୟରେ ଲୋକେ କାମ ପାଉ ନ ଥିବାବେଳେ ଦରଦାମ ବୃଦ୍ଧି ଜୀବନଯାତ୍ରାକୁ ବ୍ୟାହତ କରିଛି।  ମାଲକାନଗିରି ପରେ…

ଅଦ୍ୟତନ ହୋଇଛି
ମାଲକାନଗିରି ପରେ ଜୟପୁରରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

1111

Advertisment

ଭୁବନେଶ୍ୱର: ହୁ ହୁ  ହୋଇ ବଢିଚାଲିଛି ତୈଳ ଦର। ତୈଳଦର ବୃଦ୍ଧିର ସିଧାସଳଖ ପ୍ରଭାବ ପଡୁଛି ପ୍ରଭାବ ସାଧାରଣ ଲୋକଙ୍କ ଉପରେ। କରୋନା ସମୟରେ ଲୋକେ କାମ ପାଉ ନ ଥିବାବେଳେ ଦରଦାମ ବୃଦ୍ଧି ଜୀବନଯାତ୍ରାକୁ ବ୍ୟାହତ କରିଛି।  ମାଲକାନଗିରି ପରେ ଏବେ  କୋରାପୁଟ ଜିଲ୍ଲାର ଜୟପୁରରେ ଶହେ ଟପିଲା ପେଟ୍ରୋଲ ଦର।  ଜୟପୁରରେ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୨୭ ପଇସା । ଗତ ଚାରି ଦିନ ଧରି କୋରାପୁଟ ଜିଲ୍ଲାରେ ୯୯ ଟଙ୍କା ୭୦ ପଇସାରୁ ବଢି ବଢି ଆଜି ଶହେ ଟଙ୍କାରେ ପହଁଚିଛି ପେଟ୍ରୋଲ ଦର । ସେହିପରି ଡିଜେଲ ଦର ଆଜି ୯୮ ଟଙ୍କା ୪ ପଇସା ରହିଛି। ଅତ୍ୟଧିକ ଦରଦାମ ବୃଦ୍ଧି ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛ॥

Advertisment

ଅଏଲ ମାର୍କେଟିଂ କମ୍ପାନୀ ଲଗାତାର ୨ୟ ଦିନ ପାଇଁ ତୈଳଦର ବୃଦ୍ଧି କରିଛନ୍ତି। ଆଜି ପେଟ୍ରୋଲ ଦର ୨୮ ପଇସା ପ୍ରତି ଲିଟର ଏବଂ ଡିଜେ ଦର ୨୭ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ଏହା ପର୍ବରୁ ରବିବାର ପେଟ୍ରୋଲ ଦର ୨୭ ପଇସା ଏବଂ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଥିଲା।

ଆନ୍ତର୍ଜାତିକ ସ୍ତରରେ କ୍ରୁଡ ଅଏଲର ଦାମ ବୃଦ୍ଧି ଯୋଗୁ କଞ୍ଚାତେଲର ଦାମ ବଢି ଯାଇଛି। ଆଜିର ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲର ଦାମ ୯୫.୩୧ ଟଙ୍କା ଥିବାବେଳେ ଡିଜେଲ ର ୮୬.୨୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦାମ ୧୦୧.୫୨ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୯୩.୯୮ ଟଙ୍କା ରହିଛି।  ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୬.୨୮ ରହିଥିବାବେଳେ ଡିଜେଲ ରହିଛି ୮୯.୦୭ ଟଙ୍କା।

Advertisment

ସେହିପରି ରାଜ୍ୟ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଦର ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ଦର ୯୬.୧୧ ପଇସା ହୋଇଥିବାବେଳେ ଡିଜେଲ ଦାମ ୯୪ଟଙ୍କା ୦୧ ପଇସା ରହିଛି । କଟକରେ ପେଟ୍ରୋଲ ଦର ୯୬. ୩୭ ଥିବାବେଳେ ଡିଜେଲ ଦର ୯୪.୨୬ ଏବଂ ରାଉରକେଲାରେ ପେଟ୍ରୋଲ ଦର ୯୭.୦୪ ଥିବାବେଳେ ଡିଜେଲର ଲିଟର ପିଛା ଦର ୯୪.୮୯୩ ରହିଛି।

Petrol Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ