Advertisment

ଲେବାନନ୍ ବିସ୍ଫୋରଣ ପରେ ସବୁ ଫ୍ୟାକ୍ଟ୍ରିକୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲେବାନନ ବିସ୍ଫୋରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସବୁ କଳ କାରଖାନାକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର୍ ନିର୍ଦ୍ଦେଶକ। ଫ୍ୟାକ୍ଟ୍ରିର ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏଥିପାଇଁ କଣ ପ୍ରସ୍ତୁତି ରହିଛି, ତାହା ମଧ୍ୟ ସେ ଜଣାଇବାକୁ କହିଛନ୍ତି। ଫ୍ୟାକ୍ଟ୍ରିରେ କେତେ ବିସ୍ଫୋରକ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତାର ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଗତ ୪ ତାରିଖରେ […]

ଲେବାନନ୍ ବିସ୍ଫୋରଣ ପରେ ସବୁ ଫ୍ୟାକ୍ଟ୍ରିକୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର

.jpg

Advertisment

ଭୁବନେଶ୍ୱର: ଲେବାନନ ବିସ୍ଫୋରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସବୁ କଳ କାରଖାନାକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର୍ ନିର୍ଦ୍ଦେଶକ। ଫ୍ୟାକ୍ଟ୍ରିର ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏଥିପାଇଁ କଣ ପ୍ରସ୍ତୁତି ରହିଛି, ତାହା ମଧ୍ୟ ସେ ଜଣାଇବାକୁ କହିଛନ୍ତି।

Advertisment

ଫ୍ୟାକ୍ଟ୍ରିରେ କେତେ ବିସ୍ଫୋରକ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତାର ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଗତ ୪ ତାରିଖରେ ଲେବାନନର ରାଜଧାନୀ ବିରୁଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

ବନ୍ଦରରେ ଥିବା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ ହେବାରୁ ୨୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। କେତେକ ନିଖୋଜ ମଧ୍ୟ ଅଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିରୁଟ ବନ୍ଦରରେ ଥିବା ପ୍ରାୟ ୨୭୫୦ ଟନ ଆମୋନିୟମ ନାଇଟ୍ରେଟ୍ ଗଚ୍ଛିତ ଥିଲା। ଏହି ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ