Advertisment

Inmate Escapes: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ନାବାଳିକାର ପରିବାର ଲୋକେ ପୋଲିସର ସହଯୋଗରେ ଭଦ୍ରେଶ୍ୱର ଥାନା ଅଞ୍ଚଳରୁ କାବୁ କରି କଟକ ଜିଲ୍ଲା ଭଦ୍ରେଶ୍ବର ଥାନାକୁ ଜିମା ଦେଇଥିଲା।

Prisoner Escape

Prisoner Escape Photograph: (OTV)

Advertisment

ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ। କଟକ ଜିଲ୍ଲା ଭଦ୍ରେଶ୍ବର ଥାନାରେ ଘଟିଛି ଏଭଳି ଘଟଣା। ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ସୋର ଥାନା ଅଞ୍ଚଳର ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ନାବାଳିକାର ପରିବାର ଲୋକେ ପୋଲିସର ସହଯୋଗରେ ଭଦ୍ରେଶ୍ୱର ଥାନା ଅଞ୍ଚଳରୁ କାବୁ କରି ଥାନାକୁ ଜିମା ଦେଇଥିଲା। 
ତେବେ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଛି। ମାମଲାର ତଦନ୍ତ କରୁଥିବା ସୋର ପୋଲିସ ଆସିବା ପୂର୍ବରୁ ଏଭଳି ଘଟଣା ଘଟିଥିବା ସାଲେପୁର ଏସ୍ଡିପିଓ କହିଛନ୍ତି। ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ପୋଲିସ ଖୋଜାଖୋଜି କରୁଛି। ତା ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଏସ୍ଡିପିଓ କହିଛନ୍ତି। ସେପଟେ ଏଯାଏଁ ନାବାଳିକା ଜଣଙ୍କର ସନ୍ଧାନ ମିଳିପାରିନି।

Advertisment

ଅଧିକ ଦେଖନ୍ତୁ:

Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ