Advertisment

ଟିକେଟ୍ କଟିବା ପରେ ସୁବାସଙ୍କ ଅସନ୍ତୋଷ

ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ତେବେ ଏଥର ନିର୍ବାଚନ ଲଢିବେନି ବୋଲି ସୁବାସ ଚୌହାନ ସ୍ପଷ୍ଟ କରିଛନ୍ତି। ଗତଥର ବରଗଡ଼ ଲୋକସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନ ସମର୍ଥନ ପାଇଥିଲେ। ହେଲେ ଦଳ ଏଥର ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ […]

ଟିକେଟ୍ କଟିବା ପରେ ସୁବାସଙ୍କ ଅସନ୍ତୋଷ

BJP

Advertisment

ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ତେବେ ଏଥର ନିର୍ବାଚନ ଲଢିବେନି ବୋଲି ସୁବାସ ଚୌହାନ ସ୍ପଷ୍ଟ କରିଛନ୍ତି।

Advertisment

ଗତଥର ବରଗଡ଼ ଲୋକସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନ ସମର୍ଥନ ପାଇଥିଲେ। ହେଲେ ଦଳ ଏଥର ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପ୍ରତି ଘୋର ଅପମାନ ବୋଲି ସୋଶାଲ୍‌ ମିଡିଆରେ ସୁବାସ ଲେଖିଛନ୍ତି। ଏଥିସହ ସଂଗଠନରେ ଅଛି, ରହିବି ଏବଂ ଲୋକଙ୍କ ସେବା କରିବି ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଜେପୁରରୁ ସୁବାସ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଲଢିବେ ନାହିଁ ବୋଲି କହିଛନ୍ତି। ଏଥିସହ ବିଜେପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ