wife attacked
ରାଉରକେଲା : ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳହ ପରେ ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏପରି କିଛି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଡିଜେଲ୍ କଲୋନୀରେ।
ଅଭିଯୋଗ ଅନୁସାରେ, ସ୍ୱାମୀ ଫିରୁ ବଡ଼ାଇ ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ନିଜେ ଟ୍ରେନ୍ ସମ୍ମୁଖକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏଥିରେ ତାଙ୍କ ଗୋଟିଏ ଗୋଡ଼ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଟ୍ରେ ଭର୍ତ୍ତି କରାଯାଇଛି।
ସେହିଭଳି ଫିରୁଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wife-attacked_1626690148.jpg)