USA-Girl-Return Photograph: (OTV)
ଓଡିଶା ଆସିବା ପାଇଁ ହାତଯୋଡ଼ି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ସାବତ ମାଆ ଆମେରିକାରେ ଅତ୍ୟାଚାର କରୁଥିବାରୁ ଫେରାଇ ନେବାକୁ କହୁଥିଲେ। ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ତାଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ହେଲେ ଓଡ଼ିଶା ମାଟିରେ ପାଦ ଦେଉ ଦେଉ ବଡ଼ ଖୁଲାସା କରିଛନ୍ତି ପୌଷ୍ୟା କନ୍ୟା ସେଜଲ୍।
ଭୁବନେଶ୍ବର ବିମାନ ବନ୍ଦରରେ ଖୋଲି ଦେଇଛନ୍ତି ଓଡ଼ିଶା ଫେରିବା ପଛର ଗୁମର। ଭିଡିଓରେ କାନ୍ଦି କାନ୍ଦି କହିଥିବା ପ୍ରତ୍ୟେକଟି କଥା ମିଛ ବୋଲି ସେ କହିଛନ୍ତି। ପାଳିତା ମାଆ ତାଙ୍କ ପ୍ରତି କୌଣସି ଅତ୍ୟାଚାର କରିନଥିଲା, ବରଂ ଖୁବ ଭଲରେ ରଖିଥିଲା। ହେଲେ ବାଲେଶ୍ବରରେ ରହୁଥିବା ପ୍ରେମିକ ପାଇଁ ସେ ଆମେରିକାରୁ ଫେରିବା ପାଇଁ ଚାହୁଁଥିଲେ। ଆଉ ସେଥିପାଇଁ ମିଛ ଭିଡିଓ କରିଥିଲେ ବୋଲି କହିଛନ୍ତି ।
ବାଲେଶ୍ବରରେ ରହୁଥିବା ଅମର ଦାସଙ୍କୁ ସ୍କୁଲ ବେଳୁ ଭଲ ପାଉଥିଲେ ସେଜଲ। ଆମେରିକା ଚାଲିଯିବା ପରେ ୨୦୨୪ରେ ଦୁହେଁ ପରସ୍ପରକୁ ସୋସିଆଲ ମିଡ଼ିଆରେ ଭେଟିଥିଲେ। ଆଉ ସେବେଠୁ ଅମରଙ୍କୁ ବାହା ହୋଇ ଓଡ଼ିଶାରେ ରହିବାକୁ ଚାହୁଁଥିଲେ ସେଜଲ। ହେଲେ ଦୁହିଁଙ୍କ ପ୍ରେମ ସେଜଲଙ୍କ ପାଳିତା ମାଆଙ୍କୁ ପସନ୍ଦ ଆସି ନଥିଲା। ଫଳରେ ବାଧ୍ୟ ହୋଇ ଓଡ଼ିଶା ଫେରିବାକୁ ଏପରି ପ୍ଲାନ କରିଥିଲେ ସେଜଲ। ଆଉ ଅମରଙ୍କୁ ନିଜ ସ୍କୁଲ ସାଙ୍ଗ ବୋଲି କହି ସରକାରଙ୍କୁ ଫେରାଇ ନେବାକୁ ନିବେଦନ କରିଥିଲେ ।
ଭିଡିଓ ଦେଖନ୍ତୁ:
ଛୋଟବେଳେ ଟ୍ରେନ ଯାତ୍ରା ସମୟରେ ବାପା ମାଆଙ୍କ ଠାରୁ ଅଲଗା ହୋଇଯାଇଥିବା ସେଜଲ ୨୦୧୮ ମସିହାରେ ଆମେରିକା ଯାଇଥିଲେ। ୧୨ ବର୍ଷର ହୋଇଥିବା ବେଳେ ଆମେରିକାର ଏକ ଦମ୍ପତ୍ତି ତାଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ହେଲେ ଠିକ ୭ ବର୍ଷ ପରେ ନିଜ ପାଳିତା ମାଆଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ ସେଜଲ। ଆମେରିକାରେ ତାଙ୍କ ଉପରେ ଅତ୍ୟାଚାର ହେଉଥିବା, ଏପରିକି ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିବା ନେଇ କହିଥିଲେ।
ଯେଉଁଥିରେ ତାଙ୍କୁ ସମର୍ଥନ କରି ବୟଫ୍ରେଣ୍ଡ ଅମର ମଧ୍ୟ ମିଡିଆରେ ଅନବରତ ପ୍ରତିକ୍ରିୟା ରଖିଥିଲେ। ହେଲେ ଏବେ ସତ ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ପାଇଁ ସେଜଲଙ୍କୁ ବାଲେଶ୍ବର ନାରି ସଂଘରେ ରଖାଯାଇଛି। ଆଗକୁ ତାଙ୍କର କାଉସିଲିଂ କରାଯିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କିଛି ନିଷ୍ପତ୍ତି ନିଆଯିବ ।
ତେବେ ପ୍ରେମ ପାଇଁ ସେଜଲରୁ ଆମେରିକାରୁ ଓଡ଼ିଶା ଫେରଥିବା ବେଳେ ସେପଟେ ତାଙ୍କ ମାଆ ଆଇନ ଗତ ସମସ୍ୟାରେ ଫସିଯାଇଛନ୍ତି। କିନ୍ତୁ ଏବେଯାଏଁ ଏନେଇ ଅମରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/26/usa-girl-return-2025-11-26-10-37-35.jpg)