Advertisment

ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ। ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା […]

ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ

chinmayee 1

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ।

Advertisment

ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା ଅଭିଯୋଗ ହୋଇଛି। ଉଭୟ ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଇଛନ୍ତି।

ଏହି ମୌକାରେ ଏକ ଘରୋଇ ଟିଭି ଚ୍ୟାନେଲ ମଧ୍ୟ ମିଥ୍ୟା ଖବର ପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀ। ଚିନ୍ମୟୀଙ୍କ ଏତଲା କ୍ରମେ ପୋଲିସ ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ‘ସାଇକୋ ଲେଡି’ ଏବଂ ‘ରହସ୍ୟମୟୀ’ କୁହାଯାଉଥିବା ସମ୍ପୃକ୍ତ ଯୁବତୀ ଶେଷରେ ସାମ୍ନାକୁ ଆସିଥିଲେ।

Advertisment

ଚିନ୍ମୟୀ ମହାପାତ୍ର ନାମକ ଏହି ଯୁବତୀ ଜଣକ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତାହା ଅଳ୍ପ କିଛି ମାସର ଥିଲା। ତେବେ ବିସ୍ମିତ ତାଙ୍କ ନାମରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ‘ସାଇକୋ ଲେଡି’ ଆରୋପ ପାଇଁ ଆଇନର ସହାୟତା ନେବେ ବୋଲି ଯୁବତୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ