Advertisment

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଦେଲା ଏମିତି ତଥ୍ୟ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ବର୍ତ୍ତମାନ ସୁଦ୍ଧା ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା କ୍ରାଇମ୍‌ବ୍ରାଞ୍ଚ କୋର୍ଟଙ୍କୁ ଜଣାଇଛି। ଏହାସହ ଅପ୍ ଟୁ ଡେଟ୍ ଷ୍ଟାଟସ ରିପୋର୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ସମୟ ମାଗିଛି। ତଦନ୍ତ ଅଧିକାରୀଙ୍କୁ କରୋନା ହୋଇଥିବା ଯୋଗୁ କ୍ରାଇମ୍‌ବ୍ରାଞ୍ଚ ଏହି ସମୟ ମାଗିଛି। ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି। ସୂଚନାଥାଉ କି, ପୂର୍ବରୁ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଦେଲା ଏମିତି ତଥ୍ୟ

aditya

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି।

Advertisment

ବର୍ତ୍ତମାନ ସୁଦ୍ଧା ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା କ୍ରାଇମ୍‌ବ୍ରାଞ୍ଚ କୋର୍ଟଙ୍କୁ ଜଣାଇଛି। ଏହାସହ ଅପ୍ ଟୁ ଡେଟ୍ ଷ୍ଟାଟସ ରିପୋର୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ସମୟ ମାଗିଛି। ତଦନ୍ତ ଅଧିକାରୀଙ୍କୁ କରୋନା ହୋଇଥିବା ଯୋଗୁ କ୍ରାଇମ୍‌ବ୍ରାଞ୍ଚ ଏହି ସମୟ ମାଗିଛି।

ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନାଥାଉ କି, ପୂର୍ବରୁ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଷ୍ଟାଟସ୍‌ ରିପୋର୍ଟ ଦେଇ ନପାରିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଜୁଲାଇ‌ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍‌ପେନ୍ସ ଜାରି ରହିଛି।

Advertisment
Advertisment