/odishatv-khabar/media/post_attachments/uploadimage/library/16_9/16_9_0/adapa-_1626508284.jpg)
adapa--
ପୁରୀ : ରଥ ଉପରୁ ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀର ବିଜେ ହୋଇଛନ୍ତି ମହାପ୍ରଭୁ। ଏହା ପୂର୍ବରୁ ରଥରେ ବିରାଜମାନ କରୁଥିବା ଶ୍ରୀଜିଉମାନେ ଆଜି ବାମନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
Advertisment
ରଥ ଉପରେ ସନ୍ଧ୍ୟା ଆରତୀ ଓ ସନ୍ଧ୍ୟା ଧୂପ ନୀତି ପରେ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସୁଦର୍ଶନ ପହଣ୍ଡି ବିଜେ କରିଥିଲେ। ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଲୀଳାମୟ ଶ୍ରୀଜଗନ୍ନାଥ ଅପୂର୍ବ ଦୋଳନରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି।
ଆସନ୍ତାକାଲି ଶ୍ରୀଜିଉମାନେ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହା ସହ କାଲିଠୁ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମଧ୍ୟ ମିଳିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)