Advertisment

ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ

କଟକ: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଗତକାଲି କଟକ ପୁରୀ ଘାଟ ଥାନାରେ ବର୍ଷା କରିଥିବା ଅଭିଯୋଗ ଅନୁଯାୟୀ, ଏକ ଚିଠି ତାଙ୍କ ସମ୍ପର୍କୀୟ ଆଣି ଦେଇଥିଲେ। ସେଥିରେ ଘର ଜଲ୍‌ଦି ଛାଡିବା ଲାଗି ତାଙ୍କୁ ଧମକ ଚମକ ଦିଆଯାଇଛି। ମୋତେ ଘରୁ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ

barsha

କଟକ: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।

Advertisment

ଗତକାଲି କଟକ ପୁରୀ ଘାଟ ଥାନାରେ ବର୍ଷା କରିଥିବା ଅଭିଯୋଗ ଅନୁଯାୟୀ, ଏକ ଚିଠି ତାଙ୍କ ସମ୍ପର୍କୀୟ ଆଣି ଦେଇଥିଲେ। ସେଥିରେ ଘର ଜଲ୍‌ଦି ଛାଡିବା ଲାଗି ତାଙ୍କୁ ଧମକ ଚମକ ଦିଆଯାଇଛି। ମୋତେ ଘରୁ ବାହାର କରିବା ପାଇଁ ଏସବୁ ଷଡଯନ୍ତ୍ର ଚାଲିଛି। ମୋତେ ଏମିତି ମାନସିକ ଚାପରେ ରଖାଯାଉଛି, ମୁଁ ଅସୁସ୍ଥ ଓ ଧର୍ଯ୍ୟହରା ହୋଇପଡ଼ିଲିଣି। ମୋ ଜୀବନ ପ୍ରତି ବିପଦ ରହିଛି। ମୋ ଘର ପରିବାର ଲୋକଙ୍କୁ ବି ହଇରାଣ ହରକତ କରାଯାଉଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ବର୍ଷା।

ସେହିପରି ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ୬୦ ବର୍ଷ ତଳର ଘର ମରାମତି ଆବଶ୍ୟକତା ରହିଛି। ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନଥିବା ମଧୁସ୍ମିତା ଏତଲାରେ ଉଲ୍ଲେଖ କରିଛନ୍ତି।

Advertisment

ଘରକୁ ଆସି ତଦନ୍ତ କରିବାକୁ ବର୍ଷା ଅନୁରୋଧ କରିଛନ୍ତି।

ପଢ଼ନ୍ତୁ: ଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ଦେଲେ ଏମିତି ରାୟ

Advertisment
Advertisment