vaccine
ଭୁବନେଶ୍ୱର: ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି।
ରାଜ୍ୟରେ ଦୈନିକ ୨ ଲକ୍ଷରୁ ଅଧିକ ଲୋକ ଟିକା ନେଉଛନ୍ତି। ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ରହିଛି। ୨ ଦିନ ପାଇଁ ଷ୍ଟକ୍ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ଏପ୍ରିଲ ୬ ସୁଦ୍ଧା ୩, ୪୯, ୧୩୦ କୋଭିସିଲ୍ଡ ଡୋଜ୍ ଆସିବ କୁହାଯାଇଛି। ଭ୍ୟାକ୍ସିନ ନଷ୍ଟ ହାର ରାଜ୍ୟରେ ମାଇନସ୍ ୦.୫%, ଯାହାକି ଦେଶରେ ସର୍ବନିମ୍ନ।ତେଣୁ ତୁରନ୍ତ ୧୫ ଲକ୍ଷ ଡୋଜ କୋଭିସିଲ୍ଡ ଯୋଗାଇ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid_vaccine_stock-824x549-1_1626333198.jpg)