yy
ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ୍ରେ ଶନିବାର ରାତିରେ ହୋଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ୨ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍ ଉପର ଦେଇ ଏକ କାର୍ ଦ୍ରୁତ ଗତିରେ ଯାଉଥିଲା। ଗାଡ଼ିର ଗତି ଅଧିକ ଥିବାରୁ ହଠାତ୍ ଏହାର ଚକା ଫାଟିଯାଇଥିଲା ଓ ଆଗରେ ଯାଉଥିବା ଅନ୍ୟ ଏକ କାରକୁ ଏହା ଧକ୍କା ଦେଇଥିଲେ।
ପଛପଟୁ ମାଡ଼ ହୋଇଥିବାରୁ ଉଭୟର ଗାଡ଼ି ଭାଙ୍ଗିରୁଜି ଛିନ୍ଛତ୍ର ହୋଇଯାଇଛି। ଅପରପକ୍ଷେ ଏହି ଦୁର୍ଘଟଣା ସମୟରେ ରାସ୍ତାରେ ସ୍କୁଟି ନେଇ ଯାଉଥିବା ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ୨ କାର୍ ଚାଳକ ସମେତ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/yy-3_1626692631.jpg)