accident
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାାଁ ପାଖରେ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର଼ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ କୋମନା ଥାନା ତରବୋଡ଼ ଗାଁର।
ଗତକାଲି ରାତି ପ୍ରାୟ ୧୦ଟା ୩୦ ବେଳେ ବୋଲେରୋରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ତରବୋଡ ଫେରୁଥିଲେ। ଘରକୁ ଫେରିବାବେଳେ ଦ୍ରୁତ ଗତିରେ ଥିବା ମାଲବାହୀ ଟ୍ରକ ଧକ୍କା ଦେଇ ୧୦୦ ମିଟର ଯାଏ ଘୋଷାରି ନେଇଥିଲ। । ଘଟଣାସ୍ଥଳରେ ଗଜେନ୍ଦ୍ର ଦଣ୍ତସେନା ଓ ସୁଦେଷ୍ଣା ଦଣ୍ତସେନାଙ୍କର ମୃତ୍ୟୁ ହୋଇଥିଲା ।
ସେହିପରି ଗୁରୁତରମାନେ ହେଲେ ଦୁଲ୍ଲଭି ଦଣ୍ତସେନା, ଜୟ ପ୍ରକାଶ ଗହିର, ଲିଲାବତୀ ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର । ଏମାନଙ୍କ ମଧ୍ୟରୁ ଜୟ ପ୍ରକାଶ ଗହିର ଓ ରିଦ୍ଧିଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident-6_1626161413.jpg)