Advertisment

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଦାବି କଲା ଏବିଭିପି

ଭୁବନେଶ୍ୱର: ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି। ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। କରୋନା ଭାଇରସର ପ୍ରଭାବ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛି। ଛାତ୍ରଛାତ୍ରୀ ମାନେ ଆଗକୁ ଆସୁଥିବା ପ୍ରବେଶିକା ପରୀକ୍ଷାକୁ ନେଇ ଚିନ୍ତିତ। ରାଜ୍ୟର […]

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଦାବି କଲା ଏବିଭିପି

pg

Advertisment

ଭୁବନେଶ୍ୱର: ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି। ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)।

Advertisment

କରୋନା ଭାଇରସର ପ୍ରଭାବ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛି। ଛାତ୍ରଛାତ୍ରୀ ମାନେ ଆଗକୁ ଆସୁଥିବା ପ୍ରବେଶିକା ପରୀକ୍ଷାକୁ ନେଇ ଚିନ୍ତିତ। ରାଜ୍ୟର କିଛି ବିଷୟରେ ହାତ ଗଣତି ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନଲାଇନରେ ପାଠ ପଢାଯାଉଛି ଯାହାକି ପର୍ଯ୍ୟାପ୍ତ ନୁହେଁ। ତେବେ ରାଜ୍ୟର ସମଗ୍ର ବିଶ୍ୱବିଦ୍ୟାଳୟରେ ତିଳେ ମାତ୍ର ବିଳମ୍ବ ନକରି ଅନଲାଇନରେ ଶିକ୍ଷା ଦାନ ପାଇଁ ଏବିଭିପି ଦାବି କରୁଛି।

ଦ୍ୱିତୀୟତଃ ରାଜ୍ୟର ପିଜି କୋର୍ସରେ ଆଡ଼ମିଶନ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବା ଦରକାର ବୋଲି ଏବିଭିପି ଦାବି କରିଛି। ତୃତୀୟରେ ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀ ମାନଙ୍କୁ ଆଡ଼ମିଶନ୍ ଫି ଛାଡ଼ କରିବାକୁ ଦାବି କରିଛି। ସୋସିଆଲ ମିଡିଆରେ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ବୁଲେଟିନ ଓ ଗାଇଡଲାଇନ ନୋଟିସ ଦେବାପାଇଁ ମଧ୍ୟ ଦାବି କରିଛି ଏବିଭିପି।

Advertisment

ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ଯେ ଭବିଷ୍ୟତକୁ ଆଖି ଆଗରେ ରଖି ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରମୁଖ ଏମ.ପି.ଜ୍ୟୋତିପ୍ରକାଶ ଆଗାମୀ ପ୍ରବେଶିକା ପରୀକ୍ଷା ପାଇଁ ଗୁରୁତ୍ୱାରୋପ କରି ଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ