Advertisment

କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ଯୁବା ବୟସରେ ଆଖିବୁଜିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ କାକୁତି ମୀନତି ହୋଇ ପୁଅର ଚିକିତ୍ସା ପାଇଁ ଏକମୋ ଅର୍ଥାତ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ…

ଅଦ୍ୟତନ ହୋଇଛି
କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ

7-pm--Ecemo

Advertisment

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ଯୁବା ବୟସରେ ଆଖିବୁଜିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ କାକୁତି ମୀନତି ହୋଇ ପୁଅର ଚିକିତ୍ସା ପାଇଁ ଏକମୋ ଅର୍ଥାତ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ ଅକ୍ସିଜେନେସନ ସେବା ଲାଗି ନିବେଦନ କରିଥିଲେ କାରଣ ଯେଉଁ ମେଡ଼ିକାଲ୍‌ରେ ତାଙ୍କ ପୁଅର ଚିକିତ୍ସା ଚାଲୁଥିଲା ସେଠାରେ ନଥିଲା ଏକ୍‌ମୋ ମେସିନ୍। ଶେଷରେ ସମ୍ଭବ ନହେବାରୁ ପୁୁଅ ଆଖି ବୁଜିଥିବା ଦର୍ଶାଇ ଏକ ଭାବବିହ୍ୱଳ ପୋଷ୍ଟ ବି କରିଥିଲେ।

Advertisment

ସେମିତି ଅମ୍ରିତ ପ୍ରଧାନ ବ୍ରହ୍ମପୁରର ଜଣେ ସାଧାରଣ ଯୁବକ। କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବା ପରେ ତାଙ୍କ ପ୍ରାଣରକ୍ଷା ପାଇଁ ବି ଖୋଜାପଡ଼ିଲା ଏକମୋ ମେସିନ୍। ଓଡ଼ିଶାରେ ସମ୍ଭବ ନହେବାରୁ ସାଙ୍ଗସାଥୀ ଓ ସୋସିଆଲ୍ ମିଡିଆ ଜରିଆରେ କ୍ୟାଂପେନିଂ ଜରିଆରେ ଟଙ୍କା ଯୋଗାଡ଼ କରି ଏୟାର ଆମ୍ବୁଲାନ୍ସରେ ପରିବାର ଲୋକେ ନେଇଗଲେ ଚେନ୍ନାଇ। ଏଣେ ଘରେ ବି ଚାଲିଛି ପୂଜାପାଠ। ଗଞ୍ଜାମ ଭଞ୍ଜନଗରର ରମେଶ ସାହୁଙ୍କ ଅବସ୍ଥା ବି ସମାନ। ତୁରନ୍ତ ଏକମୋ ଚିକିତ୍ସାର ଆବଶ୍ୟକତା ଥିବାରୁ ଜମିବାଡ଼ି ବିକ୍ରି କରିବା ସହ ପ୍ରାୟ ୫୦ ଲକ୍ଷ ଟଙ୍କା ଧରି ଏୟାର ଆମ୍ବୁଲାନ୍ସରେ କୋଲକାତା ଯାଇଛନ୍ତି।  ଏକ୍‌ମୋ ଚିକିତ୍ସା ଲାଗି ଦୈନିକ ୨ ଲକ୍ଷରୁ ଅଧିକ ଟଙ୍କା ଦରକାର। ଏଭଳି ବ୍ୟୟବହୁଳ ଚିକିତ୍ସା ପାଇଁ ଅମ୍ରିତ ଓ ରମେଶଙ୍କ ସମ୍ପର୍କୀୟ ବିଭିନ୍ନ ମାଧ୍ୟମରେ ଟଙ୍କା ଯୋଗାଡ଼ରେ ଲାଗିଛନ୍ତି।

ଏବେ ଜାଣନ୍ତୁ କଣ ଏହି ଏକମୋ

ଗୁରୁତର ରୋଗରେ ପୀଡିତଙ୍କ ଫୁସ୍‌ଫୁସ୍ ଓ ହୃତ୍‌ପିଣ୍ଡ ଠିକ୍‌ରେ କାମ କରୁନଥିଲେ ଏହି ମେସିନର ଆବଶ୍ୟକତା ପଡେ। ମେସିନ୍ କେତେ ସମୟ ଧରି ବ୍ୟବହାର ହେବ ତାହା ରୋଗୀଙ୍କ ଅବସ୍ଥା ଓ ଦିଆଯାଉଥିବା ଚିକିତ୍ସା ପ୍ରତି ଶରୀର କିଭଳି ପ୍ରତିକ୍ରିୟା ଦେଖାଉଛି। ତାଉପରେ ନିର୍ଭର କରେ। ବାହାରୁ ଅକ୍ସିଜେନ ଦିଆଗଲେ ବି ଯଦି ଫୁସଫୁସ ଶରୀରକୁ ଯୋଗାଇବାରେ ବିଫଳ ହୁଏ, ଭେଣ୍ଟିଲେଟର ଲାଗିବା ପରେ ମଧ୍ୟ ଯଦି ଶରୀରରୁ ଅଙ୍ଗାରକାମ୍ଳ ନିର୍ଗତ ନହୁଏ ଏବଂ ଯତେବେଳେ ହୃତପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ମଧ୍ୟ ECMO ମେସିନ୍ ବ୍ୟବହାର ହୋଇଥାଏ।

Advertisment

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ECMO ମେସିନ୍ ଆମ ରାଜ୍ୟରେ ଦୁର୍ଲଭ। ୨ଟି ଘରୋଇ ହସ୍ପିଟାଲକୁ ଛାଡ଼ିଦେଲେ କୌଣସି ସରକାରୀ ମେଡ଼ିକାଲରେ ଏହି ଜୀବନ ରକ୍ଷାକାରୀ ମେସିନ୍ ନାହିଁ। ଏହାର ଅପରେଟ୍ ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତିଙ୍କର ବି ଅଭାବ ଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତଥାପି ସବୁ ମେଡ଼ିକାଲ୍‌ରେ ଇକମୋ ସେବା ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି। ଅପରପକ୍ଷେ, ଖୁବଶୀଘ୍ର କଟକ ଏସ୍‌ସିବିରେ ECMO ସେବା ଆରମ୍ଭ ହେବ ବୋଲି କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି। ଏସସିବି ମେଡିକାଲକୁ ୬ଟି ECMO ମେସିନ ଆସିବ ଏବଂ କାର୍ଡିଓଥୋରାସିସ୍ ବିଭାଗରେ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
ECMO Machine In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ