Advertisment

'ରାଫେଲ୍ ଡିଲ୍ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି’ : ଅଭିଷେକ ମନୁ ସିଂଘଭି

ଭୁବନେଶ୍ୱର : ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍ ଦେବା ପରେ ବି ଥମିନି ରାଜନୀତି। ଆଜି ରାଫେଲ୍ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି। ଦେଶର ସବୁଠୁ ବଡ଼ ଦୁର୍ନୀତି ହେଉଛି ରାଫେଲ୍। ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ବୟାନ, ରାଫେଲ୍ ଯୁଦ୍ଧ ବିମାନ ମହଙ୍ଗାରେ କିଣା ହେଲା କାହିଁକି, ହାଲ୍‌କୁ ଡିଲ୍‌ରୁ କାହିଁକି ଅଲଗା […]

'ରାଫେଲ୍ ଡିଲ୍ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି’ : ଅଭିଷେକ ମନୁ ସିଂଘଭି

abhisekh manu

Advertisment

ଭୁବନେଶ୍ୱର : ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍ ଦେବା ପରେ ବି ଥମିନି ରାଜନୀତି। ଆଜି ରାଫେଲ୍ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି।

Advertisment

ଦେଶର ସବୁଠୁ ବଡ଼ ଦୁର୍ନୀତି ହେଉଛି ରାଫେଲ୍। ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ବୟାନ, ରାଫେଲ୍ ଯୁଦ୍ଧ ବିମାନ ମହଙ୍ଗାରେ କିଣା ହେଲା କାହିଁକି, ହାଲ୍‌କୁ ଡିଲ୍‌ରୁ କାହିଁକି ଅଲଗା କରାଗଲା ? ଏସମସ୍ତ ପ୍ରଶ୍ନର ଉତ୍ତର ସୁପ୍ରିମ୍‌କୋର୍ଟରେ ରଖାଯାଇନି।

ଏପରିକି ସବୋର୍ଚ୍ଚ ନ୍ୟାୟାଳୟକୁ କେନ୍ଦ୍ର ସରକାର ଅନ୍ଧାରରେ ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଷେକ। ଦୁଇ ବର୍ଷ ଧରି କଂଗ୍ରେସ ଏନେଇ ସ୍ୱର ଉତ୍ତୋଳନ କରି ଆସୁଛି। କିପରି ମାତ୍ର ୧୨ ଦିନ ତଳର କମ୍ପାନିକୁ ଅଫ୍‌ସେଟ୍ ପାର୍ଟନର୍ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସେ।

Advertisment

ତେଣୁ ଜେପିସି ସାହାଯ୍ୟରେ ମାମଲାର ତଦନ୍ତ କରାଯିବା ଦରକାର ବୋଲି ଦାବି କରିଛନ୍ତି ଅଭିଷେକ। ଜେପିସିର ନୂଆ ପରିଭାଷା ଅଭିଷେକ ସିଂଘଭି ଏହି ଅବସରରେ ରଖିଛନ୍ତି। ଜେପିସି ହେଉଛି, ଜଲଦି ପକଡୋ ଚୌକିଦାର ସମିତି ବୋଲି ସେ କହିଛନ୍ତି। କଂଗ୍ରେସ ଆଣିଥିବା ଅଭିଯୋଗକୁ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ