Advertisment

ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ

ରାଉରକେଲା: ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ। ରାଉରକେଲାର ବ୍ୟବସାୟୀ ପ୍ରଦୀପ ଗତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି। ସେ ଏକୁଟିଆ ଘରକୁ ଫେରିଛନ୍ତି ନା ତାଙ୍କୁ କିଏ ଆଣି ଛାଡ଼ିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାହା ଘଟଣାକୁ ଅଧିକ ରହସ୍ୟମୟ କରିଛି। ବର୍ତ୍ତମାନ ରାଉରକେଲା ସ୍ଥିତ ଘରେ ଅଛନ୍ତି ପ୍ରଦୀପ। ସୁନ୍ଦରଗଡ଼ ପୋଲିସ ପ୍ରଦୀପଙ୍କ ଘରେ ପହଞ୍ଚି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଗତ ଶନିବାର ବ୍ୟବସାୟୀ […]

ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ

businemess

Advertisment

ରାଉରକେଲା: ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ। ରାଉରକେଲାର ବ୍ୟବସାୟୀ ପ୍ରଦୀପ ଗତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି। ସେ ଏକୁଟିଆ ଘରକୁ ଫେରିଛନ୍ତି ନା ତାଙ୍କୁ କିଏ ଆଣି ଛାଡ଼ିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାହା ଘଟଣାକୁ ଅଧିକ ରହସ୍ୟମୟ କରିଛି।

Advertisment

ବର୍ତ୍ତମାନ ରାଉରକେଲା ସ୍ଥିତ ଘରେ ଅଛନ୍ତି ପ୍ରଦୀପ। ସୁନ୍ଦରଗଡ଼ ପୋଲିସ ପ୍ରଦୀପଙ୍କ ଘରେ ପହଞ୍ଚି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଗତ ଶନିବାର ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ବିଜାବାହାଲରେ ଥିବା କ୍ରସର ୟୁନିଟରୁ ଘରକୁ ଫେରିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥରୁ ତାଙ୍କୁ କେହି ଅପହରଣ କରିନେଇଥିବା ପରିବାର ଲୋକେ କହିଥିଲେ। ତା ପରଦିନ ସ୍ତ୍ରୀଙ୍କୁ ଫୋନ୍ କରି ଟଙ୍କା ମଗା ଯାଇଥିଲା। ହେଲେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାଇବର ପୋଲିସର ସହାୟତା ନେଇଥିଲା। ତେବେ ଘରକୁ ଫେରିବା ପରେ ପ୍ରଦୀପଙ୍କର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ