arati
ଭୁବନେଶ୍ୱର: ୧୧ଦିନ ହେବ ଖୋଜ୍ ଖବର ନାହିଁ। ଏଣେ ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର। ଆମେ କହୁଛୁ କଟକ ନୂଆବଜାର ଅଞ୍ଚଳର ଆରତୀ ଦତ୍ତଙ୍କ କଥା, ଯିଏ ଗତ ବୁଧବାରଠାରୁ ନିଖୋଜ ଅଛନ୍ତି।
ଗତ ବୁଧବାର ଅର୍ଥାତ୍ ଜୁନ୍ ୨୪ ତାରିଖ ଅପରାହ୍ନରେ ଆରତୀ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଛନ୍ତି। ତାଙ୍କର ବୟସ ପ୍ରାୟ ୬୩ ହେବ। ଅନେକ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତା ମିଳୁନାହିଁ। ଯେଉଁ କାରଣରୁ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।
ତେବେ ପରିବାର ଲୋକଙ୍କ କହିବା ମୁତାବକ, ଆରତୀଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହା ଫଳରେ ସେ ଅନେକ ସମୟରେ ମାନସିକ ଡିପ୍ରେସନରେ ରହୁଥିଲେ। ଏପରିକି ସେ ଛୋଟ ଛୋଟ କଥାକୁ ଧରି ବସୁଥିଲେ। ବୋଧହୁଏ ଏହି କାରଣରୁ ସେ କାହାକୁ କିଛି ନକହି ଘରୁ ଚାଲିଯାଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି।
ଏ ନେଇ ପରିବାର ଲୋକେ କଟକ ସଦର ଥାନାରେ ଅଭିଯୋଗ ଦାୟର କରିଛନ୍ତି। ଘରୁ ଯିବା ସମୟରେ ଆରତୀ ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ଏହି ମହିଳାଙ୍କ ସନ୍ଧାନ ପାଆନ୍ତି ତେବେ 9776630606, 7325913593, 9439738479, ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/arati_1626346430.jpg)