Deadbody rescued Photograph: (OTV)
କଟକ ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍ ସ୍ଥିତ ବିରୂପା ନଦୀ ପଣ୍ଡାସାହି ତୁଠରେ ଅଭାବନୀୟ ଘଟଣା। ୫ଜଣ ସାଙ୍ଗ କାରରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍ ପଶିଯିବାରୁ ଜଣେ ନିଖୋଜ ହୋଇ ଯିବା ପରେ ଆଜି ତାଙ୍କ ମୃତଦେହ ଠାବ ହୋଇଛି। ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ଖୋଜାଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ। ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଳମ୍ବିତ ରାତିରେ କାର୍ ଟିକୁ ନଦୀ ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର୍ ଭିତରେ ଉଦିତ ନଥିବା ଜଣାପଡ଼ିଥିଲା। ଯାହା ଫଳରେ ଆଜି ପୁଣି ବିରୂପାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍ ସାମିଲ ଥିଲେ।
ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଟାଙ୍ଗୀ, ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ଏବଂ କଟକ ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭରଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା। କାର୍ ଭିତରେ ଉଦିତ ରହିଯାଇଥିବା ଆଶଙ୍କା କରାଯାଉଥିଲା। ତେବେ କାର୍ ଭିତରୁ ଉଦିତ ନ ମିଳିବାରୁ ଉଦ୍ଧାରକାରୀଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।
ତେବେ କିଭଳି ଘଟିଲା ଏହି ଛାତିଥରା ଦୁର୍ଘଟଣା। ତଦନ୍ତ କଲେ ତାହା ଜଣା ପଡିବ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ଏକ ନେକ୍ସନ୍ ଇଭି ଦୃତ ଗତିରେ ଆସୁଥିଲା। କିନ୍ତୁ ବ୍ରିଜ ଉପରେ ହଠାତ୍ ଭାରସାମ୍ୟ ହରାଇ ପଡ଼ିଲା କାରଟି। ଏହା ପରେ ନଦୀ ଭିତରକୁ ଖସିପଡ଼ିଥିଲା କାର୍।
• କଟକ ବିରୂପା ନଦୀରେ କାର୍ ଭିତରୁ ମିଳିଲା ମୃତଦେହ
• କାଲି ଦୁର୍ଘଟଣା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
• ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର
• କାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍
• ଜଣେ ଉଦ୍ଧାର ହୋଇଥିଲେ, ଆଉ ଜଣଙ୍କ ପତ୍ତା ମିଳିନଥିଲା
• ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳର ଉଦିତ ସାହୁଙ୍କ ମୃତଦେହ ଉଦ୍ଧାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/deadbody-rescued-2025-12-04-10-22-57.jpg)