ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବିଧାନସଭା ପଛପଟ ଇଡକଲ ରାସ୍ତାରେ କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ।
Advertisment
ସୂଚନାଥାଉ କି, ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାରେ ନ୍ୟାୟ ନ ପାଇ ମା’ ଓ ଭାଇ ଆଜି କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।
ସେମାନେ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ସୁରକ୍ଷା କର୍ମୀ ଉଦ୍ଧାର କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)