/odishatv-khabar/media/post_attachments/uploadimage/library/16_9/16_9_0/ramesh_1623032756.jpg)
ramesh
ବ୍ରହ୍ମପୁର: ମାସେ ହେଲାଣି ମରଣ ସହ ଯୁଝୁଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇ ସାହି ଅଞ୍ଚଳର ରମେଶ ସାହୁ। କୋଲକାତାରେ ଏକ ଘରୋଇ ହସ୍ପିଟାଲ୍ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଗତ ମାସରେ ତାଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ପରେ ରମେଶ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଧୀରେ ଧୀରେ ରମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିବାରୁ ECMOରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଓଡିଶାରେ ଏହି ଚିକିତ୍ସା ନ ମିଳିବାରୁ ରମେଶଙ୍କ ପରିବାର ଲୋକେ କୋଲକାତାର ଏକ ଘରୋଇ ହସ୍ପିଟାଲ୍ ସହ କଥାବାର୍ତ୍ତା ହୋଇଥିଲେ। ଡାକ୍ତର ମାତ୍ର ୬ ଘଣ୍ଟାରେ ତାଙ୍କୁ ECMO ଚିକିତ୍ସା ଦେବାକୁ କହିବାରୁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଚିକିତ୍ସା ପାଇଁ ପ୍ରାୟ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ରମେଶଙ୍କ ପରିବାର ଲୋକ ସହାୟତା ପାଇଁ ଗୁହାରି କରିଛନ୍ତି।
ରମେଶଙ୍କ ବାପା ଓ ତାଙ୍କ ନାଁରେ ଥିବା ଜମିଜମା ବିକ୍ରି କରିବା ସହ ଏଯାଏ ପ୍ରାୟ ୫୦ ଲକ୍ଷ ଖର୍ଚ୍ଚ ହୋଇ ସାରିଲାଣି। ଏବେବି ଆହୁରି ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ପାଇଁ ରମେଶଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି। ସହୃଦୟ ବ୍ୟକ୍ତି ସହାୟତା କଲେ ରମେଶଙ୍କ ଜୀବନ ବଞ୍ଚି ପାରିବ। ନିଜ କୁନି ଝିଅକୁ ନେଇ ରମେଶଙ୍କ ପତ୍ନୀ ସ୍ମିତା, ସ୍ୱାମୀଙ୍କୁ ମରଣ ମୁହଁରୁ ବଞ୍ଚାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି। ସହାୟତା ପାଇଁ ସ୍ମିତା ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଶେଆର କରିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/help.jpeg)
ସୂଚନାଥାଉ କି, ମୁମ୍ବାଇର ଏକ ଘରୋଇ ସେକ୍ଟରରେ ରମେଶ କାର୍ଯ୍ୟ କରନ୍ତି। ଗତ ମେ’ ମାସରେ ସେ ଘରକୁ ଆସିଥିଲେ। ବାପାଙ୍କ ଦେହ ଖରାପ ହେବାରୁ ସେ ବାପାଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେହି ସମୟରେ ବାପାଙ୍କ ପାଇଁ ଖାଦ୍ୟ ନେବା ଆଣିବା ବେଳେ ସେ କେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ସେ ଜାଣିନଥିଲେ। କରୋନା ଟେଷ୍ଟ୍ ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)