Advertisment

ବାତ୍ୟା ବେଳେ ମାଡ଼ି ଆସିଲା ଖଣ୍ଡିଆଭୂତ, ଭୟଭୀତ ଲୋକେ

କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୟାସ୍‌ର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଗାଁ ସବୁ ଜଳମଗ୍ନ ହୋଇଛି ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି। କେନ୍ଦୁଝର ଏବଂ ବାଲେଶ୍ୱରରେ ଗଛ ପଡ଼ି ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ […]

ବାତ୍ୟା ବେଳେ ମାଡ଼ି ଆସିଲା ଖଣ୍ଡିଆଭୂତ, ଭୟଭୀତ ଲୋକେ

tornado

Advertisment

କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୟାସ୍‌ର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଗାଁ ସବୁ ଜଳମଗ୍ନ ହୋଇଛି ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି। କେନ୍ଦୁଝର ଏବଂ ବାଲେଶ୍ୱରରେ ଗଛ ପଡ଼ି ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ତେବେ ବାତ୍ୟା ବେଳେ ପ୍ରକୃତିର ଭୟଙ୍କର ତଥା ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଟର୍ଣ୍ଣାଡ଼ୋ ଭଳି ଏକ ବିରାଟ ଝଡ଼ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଦୃଶ୍ୟମାନ ହୋଇଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଡିଡି ନ୍ୟୁଜ୍‌ ଓଡ଼ିଆର ସୌଜନ୍ୟରୁ ଏହି ଭିଡିଓକୁ ପିଆଇବି ଓଡ଼ିଶା ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

Advertisment

ଅନ୍ୟପକ୍ଷେ, ବାତ୍ୟା ୟାସ୍‌ର ପ୍ରଭାବ ଏବେବି ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି। ତାଜା ସୂଚନା ଅନୁସାରେ, ଏବେବି ବାରିପଦା ସହର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୋରରେ ପବନ ବହୁଛି। ରାତି ସାରା ପବନର ମାତ୍ରା ଅଧିକ ରହିଛି। କିନ୍ତୁ ବର୍ଷା ଛାଡ଼ି ଯାଇଛି। ଫଳରେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମିବାରେ ଲାଗିଛି। ବିପଦ ସଙ୍କେତ ତଳେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ପ୍ରବାହିତ ହେଉଛି। ଗତକାଲି ଶିମିଳିପାଳ ଓ କରଞ୍ଜିଆରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢ଼ିଥିଲା। କିନ୍ତୁ ରାତିରେ ଆଉ ବର୍ଷା ହୋଇନଥିବାରୁ ଧୀରେ ଧୀରେ ଜଳପତ୍ତନ କମୁଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ