rape
ଭଦ୍ରକ: ଜାଗର ରାତିରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ।
ଭଣ୍ଡାରିପୋଖରୀର ରହଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ମହିଳା ଜାଗର ଯାତ୍ରା ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ। ଠାକୁର ଦର୍ଶନ ସାରି ଫେରିବା ବେଳେ ରାସ୍ତାରୁ ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ ନିକଟ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ତେବେ ମହିଳା ଜଣକ ଚିତ୍କାର କରିବାରୁ ଯୁବକ ଦୁଇଜଣ ଭୟରେ ପଳାଇଯାଇଥିଲେ। ଲୋକେ ମହିଳାଙ୍କ ଚିତ୍କାର ଶୁଣି ଭଣ୍ଡାରିପୋଖରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ମହିଳାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସୂଚନା ମିଳିଛି।
ଅଭିଯୋଗ ଆଧାରରେ ଭଣ୍ଡାରିପୋଖରୀ ପୁଲିସ ଦୁଇଜଣ ଅଜଣା ଯୁବକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rape_1627107619.jpg)