Fine Photograph: (OTV)
ବ୍ରହ୍ମପୁରରେ ବସ୍, ଫାଇନ୍ କଟିଛି ଆଗ୍ରାରେ । ପରମିଟ୍ ନାହିଁ ବୋଲି ୭୫ ହଜାର ଟଙ୍କା ଫାଇନ୍ ଲାଗିଛି । ୫ ମାସ ହେବ ବସଟି ବ୍ରହ୍ମପୁରର ଲାଞ୍ଜିପଲ୍ଲି ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଛି କ୍ରାଉନ୍ ନାମକ ଏକ ଟୁରିଷ୍ଟ ବସ୍। ହେଲେ ଗତ ୧୨ ତାରିଖରେ ବସ୍ ମାଲିକଙ୍କ ମୋବାଇଲକୁ ମେସେଜ ଆସିଛି ଉତ୍ତର ପ୍ରଦେଶ ର ଆରଟିଓରୁ। ଫାଇନ୍ ପଡ଼ିଛି ୭୫ ହଜାର ଟଙ୍କା ।
ପରମିଟ୍ ନଥାଇ ୟୁପିରେ ଗାଡି ଚାଲୁଥିବାରୁ ଫାଇନ୍ ଲାଗିଥିବା ଦର୍ଶାଯାଇଛି । ଏନେଇ ବସ୍ ମାଲିକ ପୁରା ଘଟଣାର ଯାଞ୍ଚ ପାଇଁ ଛତ୍ରପୁର ଆରଟିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଛତ୍ରପୁର ଆରଟିଓ ତଙ୍କ ପରଧିରେ ନଥିବାରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ।
ବ୍ରହ୍ମପୁରରେ ବସ୍, ଫାଇନ୍ କଟିଛି ଆଗ୍ରାରେ
ପରମିଟ୍ ନଥିବାରୁ ୭୫ ହଜାର ଟଙ୍କା ଫାଇନ୍
୫ ମାସ ହେବ ଲାଞ୍ଜିପଲ୍ଲି ଏନଏଚ୍ କଡ଼ରେ ଛିଡ଼ା ହୋଇଛି ବସ୍
ବସ୍ ମାଲିକଙ୍କ ମୋବାଇଲକୁ ୟୁପି ଆରଟିଓରୁ ଆସିଛି ମେସେଜ
ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ବସ୍ ମାଲିକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/fine-2026-01-15-09-08-42.jpg)