Advertisment

୭ ବର୍ଷର କ୍ରୀଷ୍ଣା ମୁଣ୍ଡରୁ ଉଠିଗଲା ବାପା-ମାଙ୍କ ହାତ, ଏବେ ଦେଢ଼ ମାସର ଭାଇକୁ ଧରି କାଟୁଛି ଦିନ

ବାଲେଶ୍ୱର: କରୋନା ଅକାଳରେ ଖାଲି ମୁଣ୍ଡ ନେଉନି ତ, ଉଜାଡ଼ି ଦେଉଛି ଗୋଟିଏ ଗୋଟିଏ ପରିବାର । କିଏ ସ୍ୱାମୀକୁ ହରାଉଛି, ତ କିଏ ସ୍ତ୍ରୀକୁ । କେଉଁଠି ଅବୋଧ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛି, ଆଉ କେଉଁଠି ନିଜ…

ଅଦ୍ୟତନ ହୋଇଛି
୭ ବର୍ଷର କ୍ରୀଷ୍ଣା ମୁଣ୍ଡରୁ ଉଠିଗଲା ବାପା-ମାଙ୍କ ହାତ, ଏବେ ଦେଢ଼ ମାସର ଭାଇକୁ ଧରି କାଟୁଛି ଦିନ

vlcsnap-error360

Advertisment

ବାଲେଶ୍ୱର: କରୋନା ଅକାଳରେ ଖାଲି ମୁଣ୍ଡ ନେଉନି ତ, ଉଜାଡ଼ି ଦେଉଛି ଗୋଟିଏ ଗୋଟିଏ ପରିବାର । କିଏ ସ୍ୱାମୀକୁ ହରାଉଛି, ତ କିଏ ସ୍ତ୍ରୀକୁ । କେଉଁଠି ଅବୋଧ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛି, ଆଉ କେଉଁଠି ନିଜ ସନ୍ତାନକୁ ହରାଇ ପାଗଳ ପ୍ରାୟ ହତଭାଗା ବାପା-ମାଆ ।

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ନିମାତପୁର ଗାଁରୁ ଆସିଛି ସେମିତି ଏକ ଦୁଃଖଦ ଖବର । ଯେଉଁଠି ଏକ ଦଂପତି ଆରପାରିକୁ ଚାଲିଯାଇଛନ୍ତି । ଆଉ ଏପାରିରେ ଛାଡ଼ିଦେଇ ଯାଇଛନ୍ତି ନିଜ ୭ ବର୍ଷର ଝିଅ, ଆଉ ଦେଢ଼ ମାସର ପୁଅକୁ । ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା । ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟିଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ ଜାବୁଡ଼ି ଧରି ବୋଧ କରାଉଛି, ତ କେତେବେଳେ ପୁଣି ଦୋଳି ଝୁଲାଇ ଶୁଆଇ ଦେଉଛି ।

Corona Affected Family Children

ଅକାଳ ଚଡ଼କର ଚିହ୍ନକୁ ଛାତିର କେଉଁ ଏକ କୋଣରେ ଚାପି ଦେଇ, ନିଜ ଭାଇକୁ ବଡ଼ କରିବାର ସ୍ୱପ୍ନ ଦେଖୁଛି ଏଇ କୁନି ଝିଅ । କ୍ରିଷ୍ଣାକୁ ଏବେ ମାତ୍ର ୭ ବର୍ଷ ହେଲେ, ତା ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ଛଡ଼ାଇ ନେଇଛି ନିଷ୍ଠୁର ନିୟତି । ଗତ ମାସରେ ମାଆ ଚାଲିଗଲା, ଆଉ ଏଇ କିଛି ଦିନ ତଳେ ବାପା । ମାଆ-ବାପା ଆଗପଛ ହୋଇ ଚାଲିଗଲେ ସିନା, ଛାଡ଼ି ଦେଇଗଲେ ଏଇ ଅବୋଧ ଶିଶୁକୁ । କ୍ରିଷ୍ଣା ଜାଣିଛି ତା ବାପା-ମାଆ ଆଉ କେବେ ଫେରିବେନି, ହେଲେ ନିଜେ ଧୈର୍ଯ୍ୟ ଧରି ଛୋଟ ଭାଇକୁ ଖୁଆଇ ଦେଉଛି, ଶୁଆଇ ଦେଉଛି, ଆଉ ତାର ସବୁ ଦେଖାଶୁଣା କରୁଛି ।

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ନିମାତପୁର ଗାଁର କମଳେଶ ପଣ୍ଡାଙ୍କ ପରିବାର ୨ ମାସ ତଳେ ହସୁଥିଲା, ଖୁସିରେ ନାଚୁଥିଲା । ଘରକୁ ଆସିବାର ଥିଲା ନୂଆ ଅତିଥି । ୯ ମାସର ଗର୍ଭବତୀ ଥିଲେ କମଳେଶଙ୍କ ପତ୍ନୀ ସ୍ମିତା । କଟକ ଆଚାଯର୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଥିଲେ ସ୍ମିତା । ଆଉ କମଳେଶ ଇଷ୍ଟକୋଷ୍ଟ ରେଲେଓ୍ୱ ମୁଖ୍ୟାଳୟରେ ଚାକିରି କରୁଥିଲେ । ହେଲେ ଗତ ଏପ୍ରିଲରେ କୋଭିଡ୍ ଆକ୍ରାନ୍ତ ହୋଇ ସ୍ମିତା ମେଡିକାଲ୍‌ରେ ଭର୍ତ୍ତି ହେଲେ ।

Corona Affected Family Children

୭ ଦିନ ପରେ ପ୍ରସବ ହେଲା ଈଶ୍ୱରଙ୍କ କୃପାରୁ ନବଜାତ ଯଦିଓ କୋଭିଡ୍ ନେଗେଟିଭ୍ ଥିଲା, ହେଲେ ବିଡ଼ମ୍ବନା ଯେ, ପ୍ରସବର ୭ ଦିନ ପରେ ସେ ନିଜେ ଚିରଦିନ ପାଇଁ ଆଖି ବୁଜିଦେଲେ । ପରେ ପରେ କମଳେଶ ବି ରୋଗାକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲରେ ଗତ ୯ ତାରିଖରେ ଆଖି ବୁଜିଲେ । ଦିନ କେଇଟା ଭିତରେ ବାପା-ମାଆ ଛେଉଣ୍ଡ ହୋଇଗଲେ । ୭ ବର୍ଷର କ୍ରିଷ୍ଣା ଓ ଦେଢ଼ ମାସର ତା ନୟନ ପିତୁଳା ଏବେ ସେମାନେ ନିଜ ବଡ଼ ବାପାଙ୍କ ପାଖରେ ରହୁଛନ୍ତି ।

Advertisment
Odisha COVID-19 Balasore Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ