Bhadrak Photograph: (OTV)
ଭଦ୍ରକରେ NH ଜାମ୍। ଭଦ୍ରକରେ ଜାତୀୟ ରାଜପଥରେ ଅସମ୍ଭାଳ ଭିଡ଼ ଲାଗିଛି। ଦୀର୍ଘ ୮ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜାମ୍ ଲାଗିଛି। ଗୋଟିଏ ପାଖ ରାସ୍ତାରେ ସୃଷ୍ଟି ହୋଇଛି ଅଚଳାବସ୍ଥା। କାଲି ରାତି ୧୧ଟାରୁ ଠିଆ ହୋଇଛନ୍ତି ଶହ ଶହ ଗାଡ଼ି। ଧାମରା ରେଲୱେ ଓଭରବ୍ରିଜ ତଳେ ଏନ୍ଏଚ୍ ପୂରା ଜାମ୍ ରହିଛି।
ଗୋଟିଏ ଟ୍ରକର ବ୍ରେକ୍ ଡାଉନ୍ ହୋଇ ପଡ଼ି ରହିବା ସହ NH କାମ ଯୋଗୁଁ ରାସ୍ତା ଜାମ୍ ହୋଇଛି। ଟ୍ରକ୍ ବ୍ରେକ୍ ଡାଉନ୍ ହୋଇ ରାସ୍ତାରେ ରହିବା ସହ NH କାମ ଯୋଗୁଁ ରାସ୍ତା ଜାମ୍ ରହିଛି। ଭଦ୍ରକରୁ ବାଲେଶ୍ବର ଯାଉଥିବା ଗାଡ଼ି ସବୁ ରାତି ୧୧ଟାରୁ ଠିଆ ହୋଇଛି। ସ୍ଥିତି ସ୍ବାଭାବିକ କରିବାକୁ ଗ୍ରାମାଞ୍ଚଳ ଥାନା ପୋଲିସର ଉଦ୍ୟମ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/26/bhadrak-2026-02-26-10-40-10.jpg)