Advertisment

Shubhamitra Murder Case: ଶୁଭମିତ୍ରା ମର୍ଡର: ୬୮୦ ପୃଷ୍ଠାର ଚାର୍ଜସିଟ୍… ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ

ଶୁଭମିତ୍ରା ମର୍ଡର କେସରେ ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କ୍ୟାପିଟାଲ ଥାନା ପୋଲିସ। ମାମଲାରେ ସାକ୍ଷ୍ୟ ଦେଇଛନ୍ତି ୪୨ ଜଣ। BNS ଦଫା ୧୦୩(୧), ୨୩୮ ଓ ୬୧(୨)ରେ ଚାର୍ଜସିଟ୍।

Shubhamitra Murder Case

Shubhamitra Murder Case Photograph: (OTV)

Advertisment

ବହୁଚର୍ଚ୍ଚିତ ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ। ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭୁବନେଶ୍ବର କ୍ୟାପିଟାଲ ପୋଲିସ। ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି ୪୨ ଜଣ  ସେମାନଙ୍କ ବିରୋଧରେ ବିଏନ୍ଏସ ଦଫା ୧୦୩(୧), ୨୩୮ ଓ ୬୧(୨) ଚାର୍ଜସିଟ୍ ଦାଖଲ ହୋଇଛି। ମୁଖ୍ୟ ଅଭିଯୁକ୍ତ ଶୁଭମିତ୍ରାଙ୍କ ସ୍ୱାମୀ ଦୀପକ ରାଉତ, ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁଙ୍କ ସମେତ ଜଟିଆ ଓ ସମ୍ଭୁ ମହନ୍ତକୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ। 

Advertisment

ଆନୁଷ୍ଠାନିକ ବିବାହ କରିବାକୁ ଶୁଭମିତ୍ରା ଧାର ଦେଇଥିବା ଟଙ୍କା ମାଗିବା ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ଚାର୍ଜସିଟରେ ଦର୍ଶାଯାଇଛି। ଏଥିସହ ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଟଙ୍କା ହାତେଇବାକୁ ଦୀପକ କୋଟିଏ ୨୫ ଲକ୍ଷ ଟଙ୍କାର ବୀମା କରିଥିଲା। ପରିଚୟଠାରୁ ଆରମ୍ଭ କରି ଶୁଭମିତ୍ରାଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରମାଣକୁ ଏକାଠି କରି ପ୍ରାୟ ୬୮୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି କ୍ୟାପିଟାଲ୍ ଥାନା ପୋଲିସ। 

ଗତ ସେପ୍ଟେମ୍ବର ୬ ତାରିଖରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦୀପକ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପୋତି ଦେଇଥିଲା। ମାଟିଖୋଳି ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରିଥିଲା କମିଶନରେଟ୍ ପୋଲିସ।

Advertisment

•    ଶୁଭମିତ୍ରା ମର୍ଡର: ୬୮୦ ପୃଷ୍ଠାର ଚାର୍ଜସିଟ୍
•    ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କ୍ୟାପିଟାଲ ଥାନା ପୋଲିସ
•    ମାମଲାରେ ସାକ୍ଷ୍ୟ ଦେଇଛନ୍ତି ୪୨ ଜଣ 
•    BNS ଦଫା ୧୦୩(୧), ୨୩୮ ଓ ୬୧(୨)ରେ ଚାର୍ଜସିଟ୍ 
•    ମୁଖ୍ୟ ଅଭିଯୁକ୍ତ ଶୁଭମିତ୍ରାଙ୍କ ସ୍ୱାମୀ ଦୀପକ ରାଉତ
•    ଦୀପକର ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ ଅଭିଯୁକ୍ତ
•    ଜଟିଆ ଓ ସମ୍ଭୁ ମହନ୍ତକୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ
•    ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ
•    ଟଙ୍କା ନେଣଦେଣକୁ ନେଇ ହତ୍ୟା କରିଥିଲା ଦୀପକ
•    ଗତ ସେପ୍ଟେମ୍ବର ୬ରେ ଘଟିଥିଲା ନିର୍ମମ ହତ୍ୟାକାଣ୍ଡ
•    ଭୁବନେଶ୍ବରରେ ମାରି ଘଟଗାଁରେ ପୋତିଥିଲା ଦୀପକ

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ