Advertisment

ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ

ଝାରସୁଗୁଡା : ଜେଲରେ କାୟା ବିସ୍ତାର କରୁଛି କରୋନା ।  ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଜେଲରେ ଥିବା ୨ ଶହ ୮୨ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ବାବ୍ ସଂଗ୍ରହ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ…

author-image
Prangyan Parimita
ଅଦ୍ୟତନ ହୋଇଛି
ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ

ଝାରସୁଗୁଡା : ଜେଲରେ କାୟା ବିସ୍ତାର କରୁଛି କରୋନା ।  ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଜେଲରେ ଥିବା ୨ ଶହ ୮୨ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ବାବ୍ ସଂଗ୍ରହ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୬୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପଜିଟିଭ୍ ଆସିଥିବା ଅନ୍ତେବାସୀଙ୍କୁ ଦୁଇଟି ଓ୍ୱାର୍ଡରେ ଆଇସୋଲେସନରେ ରଖାଯାଇଥିବା ଜେଲର ସୂଚନା ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ ଗତକାଲି ବ୍ରହ୍ମପୁର ଜେଲର ୪୮ ଅନ୍ତେବାସୀ କରୋନା ପଜଟିଭ୍ ଚିହ୍ନଟ ହୋଇଥିଲେ। ଜେଲରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।ତେବେ ବ୍ରହ୍ମପୁର ଜେଲରେ ୯ ଶହ ୨୭ ଜଣ ଅନ୍ତେବାସୀ ମଧ୍ୟରୁ ୮୪ ଜଣଙ୍କ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ କଏଦୀଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ଜେଲ ଭିତରେ ନୂତନ ଭାବେ ଖୋଲାଯାଇଥିବା ଶହେ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି ।

ଗତ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କେନ୍ଦୁଝର ଜିଲ୍ଲା କାରାଗାରରେ ପ୍ରଥମେ ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହାପରେ ସମ୍ପୃକ୍ତ ଅନ୍ତେବାସୀଙ୍କ ସାଥିରେ ଥିବା ଅନ୍ୟ ୩୦ ରୋଗୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅନ୍ୟ ୨୧ କଏଦୀ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି ।

Advertisment
Corona Breaking News
Advertisment
Advertisment