/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error114_1620889013.jpg)
attack on police
- ପୋଲିସ୍କୁ ଆକ୍ରମଣ କରି ଗିରଫ ହେଲେ ୬୭ ଜଣ
- ଗିରଫ ହୋଇଥିବା ୬୭ ଜଣ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି
- କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍
କଟକ: କାଳବୈଶାଖୀରେ କଟକ ନୂଆପଡ଼ା ବାଲିସାହି ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ମଧୁପାଟଣା ପୋଲିସ ୬୭ ଜଣ ବସ୍ତିବାସିନ୍ଦାଙ୍କୁ ଗିରଫ କରିଛି। କଟକ ମ୍ୟୁନିସିପାଲ୍ କର୍ପୋରେସନ୍ର କର୍ମଚାରୀଙ୍କୁ ଆକ୍ରମଣ, ପୋଲିସ୍ ଉପରକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ୍ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ହୋଇଥିବା ୬୭ ଜଣ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି।
ସୂଚନାଥାଉ କି, କଟକ ମାଲଗୋଦାମ ବେହେରା ସାହିରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ସିଏମସି ପକ୍ଷରୁ ଟେଣ୍ଟ କରାଯାଇ ଥଇଥାନ କରାଯାଇଥିଲା। ଗତ ମଙ୍ଗଳବାର ଦିନ କାଳବୈଶାଖୀ ବର୍ଷାରେ ଟେଣ୍ଟ ସବୁ ଉଡେଇ ଦେବା ସହ ଟେଣ୍ଟ ଭିତରେ ପାଣି ପଶି ଯାଇଥିଲା। ଟେଣ୍ଟ ଭିତରେ କିଛି ପିଲା ଚାପିହୋଇ ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ମଧୁପାଟଣା ପୋଲିସ ପହଞ୍ଚିବା ପରେ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ୍କୁ ଆକ୍ରମଣ କରିବା ସହ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)