Minor-raped
ଭୁବନେଶ୍ୱର : ରାଜ୍ୟରେ ୬ ମାସରେ ହୋଇଛି ୬ଶହ ନାବାଳିକାଙ୍କୁ ଦୁଷ୍କର୍ମ। ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟରେ ନାବାଳିକା ଦୁଷ୍କର୍ମ ନେଇ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। ଚଳିତ ବର୍ଷ ପ୍ରଥମ ଛଅ ମାସରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।
ଗତବର୍ଷ ରାଜ୍ୟରେ ୧୪୩୦ ଓ ଦୈନିକ ୪ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ଗତବର୍ଷ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ତେବେ ହାରାହାରି ଦୈନିକ ୭ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି ।
ଗତବର୍ଷ ୧୦୭୩ଟି ଦୁଷ୍କର୍ମ ମାମଲାର ବିଚାର ସରିଥିଲା । ତେବେ ୧୯୭ ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ହୋଇଥିବା ବେଳେ ୮୭୬ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୮ରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୧୮.୩୫ ପ୍ରତିଶତ ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Minor-raped_1626685811.jpg)