Advertisment

ଏସସିବିରେ ଲାଗିବ ECMOର ୬ଟି ୟୁନିଟ୍

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଚିକିତ୍ସା ଲାଗି ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି।  ଏ ନେଇ…

ଅଦ୍ୟତନ ହୋଇଛି
ଏସସିବିରେ ଲାଗିବ ECMOର ୬ଟି ୟୁନିଟ୍

cbk mohamty

Advertisment

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଚିକିତ୍ସା ଲାଗି ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି।  ଏ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

Advertisment

ସେ କହିଥିଲେ,  ECMO ମେସିନର ବ୍ୟବହାର ଆଗରୁ ଆମ ଦେଶରେ ଏତେ ନ ଥିଲା। ମୋ ଜାଣିବାରେ ଦେଶରେ ୨୧ଟି ପଞ୍ଜୀକୃତ ECMO ୟୁନିଟ୍ ରହିଛି।  ବର୍ତ୍ତମାନ କୋଭିଡ୍ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢ଼ିଛି। ଏହି ମେସିନ ଚଲାଇବା ଲାଗି ଯେଉଁ ମାନବ ସମ୍ବଳରୁ ଆବଶ୍ୟକତା ରହିଛି , ତାହାକୁ ପୂରଣ କରି ୟୁନିଟ୍ ଚାଲୁ କରାଯିବ ବୋଲି ସେ କହିଛନ୍ତି । ଆଗରୁ ଦେଶରେ ECMO ମେସିନର  ବ୍ୟବହାର ନଥିଲା । ତେବେ କରୋନା ସଂକ୍ରମଣ ପରେ ଏହି ମେସିନର ଚାହିଦା ବଢିଛି । ତେଣୁ ଧୀରେ ଧୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହା ସ୍ଥାପନ କରିବାକୁ ସରକାର ଯୋଜନା ରଖିଥିବା ସେ କହିଛନ୍ତି।

କୋଭିଡର ନିର୍ଦ୍ଦିଷ୍ଟ ଔଷଧ ନାହିଁ, ୯୭ଟି ଔଷଧ ପରୀକ୍ଷାମୂଳକ ଭାବେ ବ୍ୟବହୃତ। ଟାସ୍କ ଫୋର୍ସ ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ ଔଷଧ ବ୍ୟବହାର କରିବୁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

Advertisment

ସୂଚନାଥାଉ କି, ଏବେ କରୋନା ଚିକିତ୍ସାରେ ବାଧକ ସାଜିଛି ECMO ମେସିନ। ଏହି ମେସିନର ଅଭାବ ଯୋଗୁ ଅନେକ ରୋଗୀ ପ୍ରାଣ ହରାଉଛନ୍ତି। ଆଉ କେତେକଙ୍କୁ ଗୁରୁତର ଅବସ୍ଥାରେ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଛି। ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ଯୁବା ବୟସରେ ଆଖିବୁଜିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ କାକୁତିମିନତି ହୋଇ ପୁଅର ଚିକିତ୍ସା ପାଇଁ ଏକମୋ ଅର୍ଥାତ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ ଅକ୍ସିଜେନେସନ ସେବା ଲାଗି ନିବେଦନ କରିଥିଲେ । କାରଣ ଯେଉଁ ମେଡ଼ିକାଲ୍‌ରେ ତାଙ୍କ ପୁଅର ଚିକିତ୍ସା ଚାଲୁଥିଲା ସେଠାରେ ନଥିଲା ଏକ୍‌ମୋ ମେସିନ୍। ଶେଷରେ ସମ୍ଭବ ନହେବାରୁ ପୁୁଅ ଆଖି ବୁଜିଥିବା ଦର୍ଶାଇ ଏକ ଭାବବିହ୍ୱଳ ପୋଷ୍ଟ ବି କରିଥିଲେ।

ସେହିପରି ଅନ୍ୟଜଣେ ଯୁବକ ବ୍ରହ୍ମପୁରର ଅମ୍ରିତ ପ୍ରଧାନ। କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବା ପରେ ତାଙ୍କ ପ୍ରାଣରକ୍ଷା ପାଇଁ ବି ଖୋଜାପଡ଼ିଲା ଏକମୋ ମେସିନ୍। ଓଡ଼ିଶାରେ ସମ୍ଭବ ନହେବାରୁ ସାଙ୍ଗସାଥୀ ଓ ସୋସିଆଲ୍ ମିଡିଆ ଜରିଆରେ କ୍ୟାଂପେନିଂ ଜରିଆରେ ଟଙ୍କା ଯୋଗାଡ଼ କରି ଏୟାର ଆମ୍ବୁଲାନ୍ସରେ ପରିବାର ଲୋକେ ନେଇ ଯାଇଛନ୍ତି ଚେନ୍ନାଇ।

Advertisment

ହେଲେ ଆଶ୍ଚର୍ଯ୍ୟର କଥା, ଏହି ECMO ମେସିନ୍ ଆମ ରାଜ୍ୟରେ ପ୍ରାୟ ମିଳୁନାହିଁ । ୨ଟି ଘରୋଇ ହସ୍ପିଟାଲକୁ ଛାଡ଼ିଦେଲେ କୌଣସି ସରକାରୀ ମେଡ଼ିକାଲରେ ଏହି ଜୀବନ ରକ୍ଷାକାରୀ ମେସିନ୍ ନାହିଁ। ଏହାର ଅପରେଟ୍ ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତିଙ୍କର ବି ଅଭାବ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ECMO Machine In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ