Advertisment

ଗ୍ୟାସ୍ ଲିକ୍ ଯୋଗୁ ଲାଗିଲା ନିଆଁ , ୬ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏକ ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରତର ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୭ବର୍ଷୀୟ ବାଳକ ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁସାରେ, ସିଆରପି ଛକ ନିକଟସ୍ଥ ମୁଣ୍ଡାସାହି ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହେବାରୁ ନିଆଁ ଲାଗି ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ରେଫର କରାଯାଇଛି। ଅନ୍ୟମାନେ ଏବେ […]

ଗ୍ୟାସ୍ ଲିକ୍ ଯୋଗୁ ଲାଗିଲା ନିଆଁ , ୬ ଗୁରୁତର

gas

Advertisment

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏକ ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରତର ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୭ବର୍ଷୀୟ ବାଳକ ମଧ୍ୟ ରହିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସିଆରପି ଛକ ନିକଟସ୍ଥ ମୁଣ୍ଡାସାହି ବସ୍ତିରେ ରୋଷେଇ ଗ୍ୟାସ୍ ଲିକ୍ ହେବାରୁ ନିଆଁ ଲାଗି ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ରେଫର କରାଯାଇଛି। ଅନ୍ୟମାନେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିଆଁ ଲାଗି ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ ମଙ୍ଗୁଳି ସିଂ(୬୦ବର୍ଷ), ନୀତିଶ ହେମ୍ବ୍ରମ(୨୭ବର୍ଷ), ବାଲେ ହେମ୍ବ୍ରମ୍ (୨୮ବର୍ଷ),ବନବାସୀ ଗାଗାରାଇ (୫୦ବର୍ଷ) ଓ କିରନ ତିରିୟା(୭ବର୍ଷ) ବୋଲି ଜଣାପଡ଼ିଛି।
ରୋଷେଇ ଘରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିବାବେଳେ ଏହାକୁ ଲିଭାଇବାକୁ ଯାଇ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ