electrocution
ଭଦ୍ରକ: ଖେଳୁ ଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଜଣେ ୫ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।
ଗାଁର ଚକ୍ରଧର ମଲ୍ଲିକଙ୍କ ୫ ବର୍ଷର ଝିଅ ଆଜି ସକାଳେ ନିଜ ବାଡ଼ିରେ ଖେଳୁ ଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହାପରେ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।
ଗତକାଲି ଧାମନଗର ବିଦ୍ୟୁତ୍ ବିଭାଗ ପକ୍ଷରୁ ଏଲ୍ଟି ଲାଇନ୍ ସଂଯୋଗ ବେଳେ ଭୁଲ୍ରେ ଏକ ତାରକୁ ଛାଡ଼ି ଦେଇଥିଲେ। ଏନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ଜଣାଇବା ସହ ତାରଟିକୁ ହଟାଇ ନେବାକୁ କହିଥିଲେ। ହେଲେ ଅଭିଯୋଗ ଶୁଣି ବି ଏଥିପ୍ରତି କେହି ଧ୍ୟାନ ଦେଇ ନ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଧାମନଗର ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/electrocution_1626159493.jpg)