Advertisment

ଆଉ ୫ ବିଧାୟକ କରୋନାରେ ଆକ୍ରାନ୍ତ !

ଭୁବନେଶ୍ୱର: ଆଉ ୫ ବିଧାୟକ କରୋନା ପଜିଟିଭ୍। ସେମାନେ ହେଲେ- ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର ଓ ବିକ୍ରମ ପଣ୍ଡା। କାଲି ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା ଟେଷ୍ଟରୁ ୫ ଜଣଙ୍କ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଆଗରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ […]

ଆଉ ୫ ବିଧାୟକ କରୋନାରେ ଆକ୍ରାନ୍ତ !

corona-positives

Advertisment

ଭୁବନେଶ୍ୱର: ଆଉ ୫ ବିଧାୟକ କରୋନା ପଜିଟିଭ୍। ସେମାନେ ହେଲେ- ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର ଓ ବିକ୍ରମ ପଣ୍ଡା। କାଲି ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା ଟେଷ୍ଟରୁ ୫ ଜଣଙ୍କ ପଜିଟିଭ୍ ଆସିଥିବା ସୂଚନା ମିଳିଛି।

Advertisment

ଆଗରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଥିଲେ।

ଆଜି ଦିନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ। ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ।

Advertisment

ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ। ତେବେ ସମସ୍ତଙ୍କ କୋଭିଡ୍ ପରୀକ୍ଷା ବୋଲି ବାଚସ୍ପତି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ