Advertisment

ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା, ଦୁର୍ଘଟଣାରେ ଓଡ଼ିଶାର ୫ଜଣଙ୍କ ମୃତ୍ୟୁ

ବିଶାଖାପାଟଣା /ଗଜପତି / ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି। ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ […]

author-image
Pradesh Pratyush
ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା, ଦୁର୍ଘଟଣାରେ ଓଡ଼ିଶାର ୫ଜଣଙ୍କ ମୃତ୍ୟୁ

ACCIDENT

ବିଶାଖାପାଟଣା /ଗଜପତି / ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି।

Advertisment

ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ ମାତ୍ର ବ୍ୟକ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଏମିତି ଥିଲା ଯେ ନା ଦେଖି ହେବ ନା ଦେଖେଇ ହେବ । ଦୁଇ ଦୁଇଟି ପରିବାରର ପାଞ୍ଚ ପାଞ୍ଚ ଜଣଙ୍କ ଜୀବନରେ ଆକସ୍ମିକ ପୂର୍ଣ୍ଣଚ୍ଛେଦ।  ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ମଞ୍ଜୁସା କୋତାପାଲି ନିକଟରେ ଘଟିଥିବା ଏ ଭୟଙ୍କର ଦୁର୍ଘଟଣା ୨ଟି ପରିବାରର ଭାଗ୍ୟ, ଭବିଷ୍ୟତକୁ ଧୂଳିସାତ୍ କରିଦେଇଛି।

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ରହୁଥିବା ଡି. ପ୍ରତାପ, ପତ୍ନୀ ରିତୁରାଣୀ, ଶାଳୀ ଜିତାରାଣୀ ଓ ଡି. ପ୍ରତାପଙ୍କ ପଡୋଶୀ ତ୍ରିଲୋଚନ ଜେନାଙ୍କ ପତ୍ନୀ ଓ ୩ ବର୍ଷର ପୁଅ । ହେଲେ ସୌଭାଗ୍ୟକୁ ଏତେବଡ଼ ବିପତ୍ତିରୁ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ତ୍ରିଲୋଚନ।

ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲାର ମୂଳ ନିବାସୀ ଭଭୟ  ଡି. ପ୍ରତାପ ଓ ତ୍ରିଲୋଚନ ଜେନାଙ୍କ ମଧ୍ୟରେ ଥିଲା ଘନିଷ୍ଠ ପାରିବାରିକ ସମ୍ପର୍କ। ତ୍ରିଲୋଚନଙ୍କ ୩ ବର୍ଷର ପୁଅ ଆଦର୍ଶର ମୁଣ୍ଡନ ଲାଗି ଉଭୟ ପରିବାର ବେଶ୍ ହସଖୁସିରେ ଆନ୍ଧ୍ରର ସୀମାଞ୍ଚଳମ୍ ସ୍ଥିତ ନୃଂସିହନାଥ ମନ୍ଦିର ଯିବାକୁ ନିଷ୍ପତ୍ତି ନେଇଥିଲେ। ଗଲା ୨ ତାରିଖ ରାତିରେ ଏଇ କାରରେ ଉଭୟ ପରିବାରର ୬ ଜଣ ସଦସ୍ୟ ସୀମାଞ୍ଚଳମ୍ ଯାଇ ମୁଣ୍ଡନ ସାରି ଆଜି ଘରକୁ ଫେରୁଥିଲା ବେଳେ ଘଟିଥିଲା ଏ ଭୟାନକ ଦୁର୍ଘଟଣା।

ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥର କୋତପାଲି ନିକଟରେ ଏକ ବ୍ରିଜରେ ପିଟି ହୋଇ ରାସ୍ତା କଡ଼ରେ ଥିବା ଏକ ଖାତକୁ ଖସିପଡ଼ିଥିଲା ଏଇ କାର୍ ।

ଖବର ପାଇ ମଞ୍ଜୁସା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ତ୍ରିଲୋଚନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ଏପଟେ ଗା଼ଡ଼ି ଭିତରେ ଥିବା ୫ଟି ମୃତଦେହ କାଢ଼ିବାକୁ ନାକେଦମ୍ ହୋଇଥିଲା ପୁଲିସ। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସୋମପେଟା ମେଡିକାଲରେ ପହଞ୍ଚିଥିଲେ ଉଭୟଙ୍କ ସମ୍ପର୍କୀୟ । ଆଉ ବନ୍ଧୁ ପରିଜନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ସୋମପେଟା ମେଡିକାଲ ପରିସର।

Advertisment
Advertisment