mother 39
ତେଲକୋଇ( ଚିନ୍ମୟ ସାହୁ) : ରଖେ ହରି ତ ମାରେ କିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବାପା ମାଆ ଚାଲିଗଲେ ଆରପୁରକୁ ,ଆଉ ୪ ମାସର ଶିଶୁ କନ୍ୟା ମାଆର କୋଳରେ ସୁରକ୍ଷିତ ଭାବେ ବଂଚିଗଲେ। ମାଆର ପଣତ ବଂଚାଇଦେଲା ସନ୍ତାନଟିକୁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡ଼ିବାହାଲ ନିକଟସ୍ଥ ବାଘୁଆ ନାଳ ନିକଟରେ ଘଟଛି ଏହି ଘଟଣା।
ସୂଚନା ମୁତାବକ, ଯାଜପୁର ଜିଲ୍ଲା ଡ଼ୁବୁରୀ ଥାନା ନଡ଼ିଆ ଭଙ୍ଗା ଗ୍ରାମର ଦୁଃଖୀରାମ ମାରାଣ୍ଡି ନିଜ ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟା ସହିତ ଏକ ବାଇକ୍ ଯୋଗେ ଘରକୁ ଯାଉଥିଲେ। ଏହି ସମୟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଃଖୀରାମଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଦୁଃଖିରାମ ଗୁରୁତର ଭାବେ ଆହତ ହୋଇଥିଲେ ଓ ତାଙ୍କ ଶିଶୁ କନ୍ୟାଙ୍କୁ ସାମାନ୍ୟ ଆହତ ଲାଗିଥିଲା। ଆହତ ବାପା ଓ ଶିଶୁ କନ୍ୟାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଦୁଃଖିରାମଙ୍କର ମେଡିକାଲରେ ମୃତ୍ୟୁ ହୋଇଛି।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mother-39_1626688564.jpg)