Advertisment

Pitabas Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ଓକିଲଙ୍କ ମହାଯୁଦ୍ଧ: ୪୪ ବନାମ ୨୦୯ ଲଢ଼େଇରେ ହୁଲୁସ୍ତୁଲୁ କୋର୍ଟ

ପୀତବାସ ପଣ୍ଡା ହତ୍ୟା ମାମଲାରେ ଓକିଲଙ୍କ ମହାଯୁଦ୍ଧ। ୪୪ ବନାମ ୨୦୯ ଲଢ଼େଇରେ ହୁଲୁସ୍ତୁଲୁ କୋର୍ଟ। ବ୍ରହ୍ମପୁର SDJM କୋର୍ଟରେ ଏକାଠି ଦାଖଲ ହେଲା ୱକାଲତନାମା ।

Pitabas Murder Case

Pitabas Murder Case Photograph: (OTV)

Advertisment

ପୀତବାସ ପଣ୍ଡା ହତ୍ୟା ଘଟଣାରେ ରୋଚକ ମୋଡ। ପୀତବାସଙ୍କୁ ନ୍ୟାୟ ଦେବାକୁ ଭାଗଭାଗ ହେଲେ ଓକିଲ ଗୋଷ୍ଠୀ। ଏହି ହାଇପ୍ରୋଫାଇଲ ହତ୍ୟା ମାମଲାରେ ଏଯାଏଁ ୧୬ ଗିରଫ ହୋଇଛନ୍ତି। ମାମଲା କୋର୍ଟକୁ ଯାଇଥିବା ବେଳେ ପୀତବାସ ଓ ବିକ୍ରମଙ୍କ ସପକ୍ଷରେ ଥିବା ଓକିଲ ମୁହାମୁହିଁ ହୋଛନ୍ତି। ବିକ୍ରମଙ୍କୁ ନ୍ୟାୟ ଦେବା ପାଇଁ ଗୁରୁବାର ୪୪ ଜଣ ଓକିଲ SDJM କୋର୍ଟରେ ଓକାଲତନାମା ଦାଖଲ କରିଥିଲେ। ଏହାର ପ୍ରତି ଉତ୍ତରରେ ଗତକାଲି ପୀତବାସଙ୍କ ସମର୍ଥକ ୨୦୯ ଜଣ ଓକିଲ ଦାଖଲ କରିଛନ୍ତି ଓକାଲତ ନାମା। ବାରର ନିଷ୍କ୍ରିୟତା ଓ ମାନବିକତା ବିହୀନ କାର୍ଯ୍ୟ ଲାଗି ଏଭଳି ପଦକ୍ଷେପ ନେଇଥିବା ସେମାନେ କହିଛନ୍ତି ।

Advertisment


ଅନ୍ୟପକ୍ଷରେ ୨୦୯ ଓକିଲଙ୍କ ଏହି ପଦକ୍ଷେପ ପରେ ପୀତବାସଙ୍କ ଭାଇ ଖୁସି ବ୍ୟକ୍ତ କରିଛନ୍ତି। ଆଗକୁ ମାମଲା ପରିଚାଳନା ବେଳେ ଏମାନେ ସରକାରୀ ପକ୍ଷକୁ ସାହାଯ୍ୟ କରିବେ ବୋଲି କହିଛନ୍ତି। ତାଙ୍କ ଭାଇ ଜଣେ ବୃତ୍ତିଗତ ଓକିଲ ଥିଲେ। ହେଲେ ବିକ୍ରମଙ୍କ ସମେତ ଗିରଫ ହୋଇଥିବା ୩ ଜଣ ବୃତ୍ତିରେ ରାଜନେତା ଓ ବ୍ୟବସାୟୀ ଥିଲେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବିକ୍ରମଙ୍କ ଓକିଲ କହିବା କଥା, ଆଇନ ବୃତ୍ତିରେ କୌଣସି ପକ୍ଷ ପାଇଁ ସଂଘ କିମ୍ବା ପରିଷଦ କେହି ମନା କରି ପାରିବେ ନାହିଁ। 
ସେପଟେ ଯେତେ ଓକିଲ ଓ୍ବକାଲତ ନାମା ଦାଖଲ କଲେ ମଧ୍ୟ କେସ୍ କିମ୍ବା କୋର୍ଟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ଆଇନଜୀବୀ ମାନସ ଚାନ୍ଦ। ଓକିଲଙ୍କ ସଂଖ୍ୟା ବଢ଼ିପାରେ ମାତ୍ର ପ୍ରମାଣ ଆଧାରରେ କୋର୍ଟ ରାୟ ଦେବେ ବୋଲି ସେ ମତ ରଖିଛନ୍ତି। 
କୋର୍ଟରୁମରେ ହେବ ହାଇଡ୍ରାମା। ଗୋଟିଏ ପଟେ ୪୪ ତ ଅନ୍ୟପଟେ ଲଢ଼ିବେ ୨୦୯ ଜଣ ଓକିଲ। ଏହି ଆଇନ ଲଢ଼େଇ ଆଗକୁ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି ।

Pitabas Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ