Advertisment

ବିମାନରେ ବସିବେ ୪୪ ଦିବ୍ୟାଙ୍ଗ ପିଲା

ଭୁବନେଶ୍ୱର : ନୀଳ ଆକାଶରେ ପକ୍ଷୀ ପରି ଉଡ଼ିବେ ଦିବ୍ୟାଙ୍ଗ ପିଲା। ଆଉ ଦୂର ଦିଗବଳୟରୁ ଦୁନିଆକୁ ଆଖି ପୂରାଇ ଦେଖିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍‌ଜିଓ କିଛି ଦିବ୍ୟାଙ୍ଗ ପିଲାଙ୍କୁ ଚୟନ କରିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଜାନୁଆରୀ ୨୨ ତାରିଖରେ ସମଗ୍ର ରାଜ୍ୟରୁ ୪୪ ଜଣ […]

ବିମାନରେ ବସିବେ ୪୪ ଦିବ୍ୟାଙ୍ଗ ପିଲା

ଇତଗୁପୂ

Advertisment

ଭୁବନେଶ୍ୱର : ନୀଳ ଆକାଶରେ ପକ୍ଷୀ ପରି ଉଡ଼ିବେ ଦିବ୍ୟାଙ୍ଗ ପିଲା। ଆଉ ଦୂର ଦିଗବଳୟରୁ ଦୁନିଆକୁ ଆଖି ପୂରାଇ ଦେଖିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍‌ଜିଓ କିଛି ଦିବ୍ୟାଙ୍ଗ ପିଲାଙ୍କୁ ଚୟନ କରିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି।

Advertisment
ଆସନ୍ତା ଜାନୁଆରୀ ୨୨ ତାରିଖରେ ସମଗ୍ର ରାଜ୍ୟରୁ ୪୪ ଜଣ ଦିବ୍ୟାଙ୍ଗ ପିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଉଡିବେ। ୪୪ ଜଣଙ୍କ ଭିତରୁ ୨୩ ଜଣ ପୁଅ ଓ ୨୧ ଝିଅ ଅଛନ୍ତି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯.୨୫ ମିନିଟ୍‌ରେ ଉଡାଣ ଆରମ୍ଭ ହେବ। ଆକାଶରେ ୪୦ ମିନିଟ୍‌ ଧରି ପିଲାମାନେ ବିମାନରେ ଉଡ଼ିବ। ସେଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ୍‌ କରି ଏୟାର ଇଣ୍ଡିଆ CMD ଓ ଆଲିଆନ୍ସ ଏୟାର CEOଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ