vehicle
ଭୁବନେଶ୍ୱର: ରାଜ୍ୟରେ ୪୩. ୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା। ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସ ଲକ୍ଡାଉନ୍ ଯୋଗୁ ଏମିତି ହୋଇଛି। ୨୦୧୯ରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାରେ ରାଜ୍ୟରେ ୧ ହଜାର ୮୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ୨୦୨୦ ଭିତରେ ରାଜ୍ୟରେ ୧ ହଜାର ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଏପ୍ରିଲ ମାସରେ ୭୪ ପ୍ରତିଶତ କମିଥିବା ବେଳେ ମେ ମାସରେ ୪୨ ପ୍ରତିଶତ, ଜୁନ୍ରେ ୧୮ ପ୍ରତିଶତ ଏବଂ ଜୁଲାଇରେ ୧୯ ପ୍ରତିଶତ ଖସିଛି। ତେବେ ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ୭ ମାସ ଭିତରେ ୩୦ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vehicle_1625201087.jpg)