Advertisment

4 Months’ Pension Unpaid: ୪ ମାସର ଭତ୍ତା ଟଙ୍କା ପାଇନାହାନ୍ତି ହିତାଧିକାରୀ; ଜିଲ୍ଲାପାଳ ଅଫିସ ଆଗରେ ଧାରଣା

୪ ମାସର ଭତ୍ତା ଟଙ୍କା ନପାଇ ଜିଲ୍ଲାପାଳଙ୍କୁ ଅଭିଯୋଗ। ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମପଞ୍ଚାୟତର ଶତାଧିକ ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗ ହିତାଧିକାରୀ ଏଭଳି ଅଭିଯୋଗ ଆଣିଛନ୍ତି।

Pension Unpaid

Pension Unpaid Photograph: (OTV)

Advertisment

୪ ମାସର ଭତ୍ତା ଟଙ୍କା ନପାଇ ଜିଲ୍ଲାପାଳଙ୍କୁ ଅଭିଯୋଗ। ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମପଞ୍ଚାୟତର ଶତାଧିକ ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗ ହିତାଧିକାରୀ ଏଭଳି ଅଭିଯୋଗ ଆଣିଛନ୍ତି। ଭତ୍ତା ଟଙ୍କା ପାଇ ନଥିବାରୁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ। 

Advertisment

ସେମାନଙ୍କ ଅଭିଯୋଗ, ବ୍ୟାଙ୍କ ମାଧ୍ୟମରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଭତ୍ତା ଟାଙ୍କା ଏବେ ଚାରି ମାସ ହେଲା ଖାତାକୁ ଆସିନାହିଁ। ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇଲେ ମଧ୍ୟ ଆଗାମୀ ମାସରେ ଆସିବ କହି ଫେରାଇ ଦେଉଛନ୍ତି ଅଧିକାରୀ। 

ଦୀର୍ଘ ୪ ମାସ ଅପେକ୍ଷା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ହିତାଧିକାରୀ। ଭତ୍ତା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିବା ସହ ଧାରଣାର ବସିଛନ୍ତି। ନୟାଗଡ ଜିଲ୍ଲପାଳ ମଧୁମିତା ରଥ ବୁଝାସୁଝା କରିବା ସହ ୧୦ ଦିନ ମଧ୍ୟରେ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣାରୁ ହଟିଥିଲେ ହିତାଧିକାରୀ।

Advertisment

Pension Unpaid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ