Advertisment

ତୃତୀୟ ବିବାହ କରିଥିବା ଅଭିଯୁକ୍ତ ଇମ୍ରାନ ଖାନ ଗିରଫ

ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍‌ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ।  ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା […]

ତୃତୀୟ ବିବାହ କରିଥିବା ଅଭିଯୁକ୍ତ ଇମ୍ରାନ ଖାନ ଗିରଫ

imran khan

Advertisment

ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍‌ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ।  ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ଏବଂ ସବିନା ତାଙ୍କ ବାପଘରକୁ ନିର୍ଯାତନା ସହିନପାରି ପଳାଇଥିଲେ ।

Advertisment

ସବିନାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ତେବେ ଇମ୍ରାନ ପୁଣିଥରେ ଗତ ୧୦ ତାରିଖରେ କୋରେଇ ଠାରେ ତୃତୀୟ ବିବାହ କରୁଥିବାବେଳେ ସେଠାରେ ପହଞ୍ଚିଥିଲେ ଦ୍ୱିତୀୟ ସ୍ତ୍ରୀ ସବିନା । ସେଠାରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏ ସମ୍ପର୍କରେ କୋରେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସବିନାଙ୍କ ଶ୍ୱଶୁର, ଦେଢଶୁରଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ଆଜି ସବିନାଙ୍କ ନଣନ୍ଦ ଓ ବଡ ଯାଆଙ୍କୁ ଥାନାରେ ଅଟକ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ