Advertisment

କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…

ଅଦ୍ୟତନ ହୋଇଛି
କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

Hyder

Advertisment

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି ପୋଲିସ । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛି ଗ୍ୟାଙ୍ଗଷ୍ଟର ହାଇଦର । ତାକୁ ଧରିବାକୁ ଓଡ଼ିଶା ପୋଲିସ୍ ଚଳାଇଛି ବଡ଼ ଧରଣର ଅପରେସନ ।

Advertisment

ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପୋଲିସ ସହ ଚଳାଇଛି ଯୋଗାଯୋଗ । ତାସହ ରେଳଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରିଛି । ଏପଟେ ଉଭୟ ପୋଲିସ କମିଶନର ଓ କ୍ରାଇମବ୍ରାଞ୍ଚ ଏଡିଜି ହାଇଦର ଶୀଘ୍ର ଧରାପଡ଼ିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର୍ ପୋଲିସକୁ ଚକମା ଦେଇ ଫେରାର ହେବା ସ୍ୱାଭାବିକ ନା ଷଡ଼ଯନ୍ତ୍ର? ତାକୁ ନେଇ ଉଠିଛି ପ୍ରଶ୍ନ। କୁଖ୍ୟାତ ହାଇଦରକୁ ବୁର୍ଲା ମେଡିକାଲରୁ SCB ଅଣାଯିବା ଓ ଏକାଧିକ ସୁରକ୍ଷାକର୍ମୀଙ୍କ ବଦଳରେ ଜଣେ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ହାଇଦରକୁ ଦେଖା କରିବାକୁ ଓ୍ୱାର୍ଡ ଭିତରକୁ ଏକାଧିକ ଲୋକଙ୍କୁ ଅନୁମତି ମିଳିବା ଯେମିତି ପୁରା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି।

Advertisment

ଏପଟେ ହାଇଦର ଫେରାର ଘଟଣାରେ ହୋଇଛି ତତ୍କାଳ କାର୍ଯ୍ୟାନୁଷ୍ଠାନ। ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ କର୍ମଚାରୀକୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାରଙ୍କ ସମେତ ୫ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲବୁଲ୍‌ ସାହୁ, କନଷ୍ଟେବଲ ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀଙ୍କୁ ସସପେଣ୍ଡ କରାଯାଇଛି।

ହାଇଦର ଦୁଇ ଦିନ ପୂର୍ବରୁ SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିଲା । ତାପୂର୍ବରୁ ହାଇଦର ସମ୍ବଲପୁର ସର୍କଲ ଜେଲରେ ସଜ୍ଜା କାଟୁଥିଲାା ସେଠାରେ ଅସୁସ୍ଥ ହେବାରୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ୧୨ ଦିନ ତଳେ ଏସସିବି ସ୍ଥାନାନ୍ତର କରାଯାଇଥିଲା।  ଆଉ ବୁର୍ଲା ମେଡିକାଲର ରେଫରାଲ୍ ଲେଟରରୁ ଅନେକ ତଥ୍ୟ  ମିଳିଛି । ଯେଉଁଥିରେ ହାଇଦରର ଚିକିତ୍ସା ପାଇଁ ଏସସିବିକୁ ରେଫର କରିଥିଲେ ଡାକ୍ତର। ତେବେ ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା ରହିଛି । ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମୀରଂଜନ ଅପହରଣ ଓ ହତ୍ୟା ଏବଂ ରାଜଧାନୀର ଚୁନା ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିଲା ହାଇଦର।

Advertisment
Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ