Advertisment

କାଲି କମିଥିଲା, ଆଜି ବଢ଼ିଲା; ରାଜ୍ୟରେ ୩,୪୫୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୧,୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କାଲି କମିଥିଲା, ଆଜି ବଢ଼ିଲା; ରାଜ୍ୟରେ ୩,୪୫୬ କରୋନା ସଂକ୍ରମିତ ଚିହ୍ନଟ

corona test

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୧,୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୧,୪୮୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ, ବରଗଡ଼, କଟକ, ପୁରୀରୁ ୫ ଜଣ ଲେଖାଏ, ଝାରସୁଗୁଡ଼ା, ସମ୍ବଲପୁରରୁ ୪ ଜଣ ଲେଖାଏ, ଜଗତସିଂହପୁର, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜରୁ ୨ ଜଣ ଲେଖାଏ, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୧୭ରେ ପହଞ୍ଚିଛି। 

Advertisment

publive-image

ଗତକାଲି ରାଜ୍ୟରେ ୨,୯୫୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ  ୧,୬୯୮ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୧,୨୫୯ ଲୋକାଲ୍‌ କଣ୍ଟାକ୍ସ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଆଜି ହୋଇଥିବା ଚିହ୍ନଟ ୩,୪୫୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୧୮, ବାଲେଶ୍ୱରରୁ ୧୭୪, ବରଗଡ଼ରୁ ୬୯, ଭଦ୍ରକରୁ ୧୯୪, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, କଟକରୁ ୪୮୦, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୫୭, ଗଜପତିରୁ ୧୭, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୮୧, ଯାଜପୁରରୁ ୨୬୭, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୧୪୭, କେନ୍ଦୁଝରରୁ ୭୩, ଖୋର୍ଦ୍ଧାରୁ ୪୯୯, କୋରାପୁଟରୁ ୮୧, ମାଲକାନଗିରିରୁ ୮୨, ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୪୨, ନୟାଗଡ଼ରୁ ୧୨୬, ନୂଆପଡ଼ାରୁ ୧୬, ପୁରୀରୁ ୨୮୯, ରାୟଗଡ଼ାରୁ ୫୬, ସମ୍ବଲପୁରରୁ ୩୯, ସୋନପୁରରୁ ୪୩, ସୁନ୍ଦରଗଡ଼ରୁ ୯୦ ଓ ଷ୍ଟେଟ୍‌ ପୁଲ୍‌ରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୬,୯୪୬ରେ ପହଞ୍ଚି ଥିବାବେଳେ ୮,୪୮,୯୬୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୪,୨୧୬ ରହିଛି।

Odisha Corona News Today
Advertisment
Advertisment