coronavirus-bhubaneswar
ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ୩୪୨ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ୨୪୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛିା ଏହା ସହ ୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।
କେଉଁ ଅଞ୍ଚଳରୁ କେତେ?
ଆଇଆର୍ସି ଭିଲେଜରୁ ୯, ଡୁମୁଡୁମାରୁ ୭, ଭୋଇନଗରରୁ ୭, ବରମୁଣ୍ଡାରୁ ୬, ଟଙ୍କପାଣି ରୋଡରୁ ୬, ୟୁନିଟ ୭ରୁ ୬, ବମିଖାଲରୁ ୫, ପାତ୍ରପଡ଼ାରୁ ୫, କଳ୍ପନାରୁ ୪ ଓ ପଟିଆରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
https://twitter.com/bmcbbsr/status/1305847158369693696?s=20
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୧୬୯୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୨୮୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୬୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-bhubaneswar_1625327268.jpg)