Advertisment

Ganja Seized: ନିଶା କାରବାର ରୋକିବାକୁ ବଡ଼ ଅପରେସନ, ଦୁଇ ଦିନରେ ୨୧ ଟନରୁ ଅଧିକ ଗଂଜେଇ ଜବତ

ନିଶା କାରବାର ରୋକିବାକୁ ବଡ଼ ଅପରେସନ। ଦୁଇ ଦିନରେ ଜବତ ହେଲାଣି ୨୧ ଟନରୁ ଅଧିକ ଗଂଜେଇ। ଜବତ ଗଂଜେଇର ବଜାର ମୂଲ୍ୟ ୩୦ କୋଟିରୁ ଅଧିକ।

Ganja Seized

Ganja Seized Photograph: (OTV)

Advertisment

ଦୁଇ ଦିନରେ ୩୦ କୋଟି ଟଙ୍କାର ଗଞ୍ଜେଇ ଜବତ କଲା କନ୍ଧମାଳ ପୋଲିସ। ଜିଲ୍ଲାର ୫ଟି ଥାନା ଅଞ୍ଚଳରୁ ପୋଲିସ ପ୍ରାୟ ୨ ହଜାର ୧୫୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ ବୋଲି ବାଲିଗୁଡ଼ା ପୋଲିସ କହିଛି। 

Advertisment

ଫୁଲବାଣୀ ସଦର ଥାନା ଅଞ୍ଚଳରୁ ୧୦ ହଜାର କିଲୋ, ଗୋଛାପଡା ଥାନା ଅଞ୍ଚଳରୁ ସାଢେ ୪ ହଜାର କିଲୋ, ବାଲିଗୁଡ଼ା ଥାନା ଅଞ୍ଚଳରୁ ଅଢେଇ ହଜାର କିଲୋ, ଫିରିଙ୍ଗିଆରୁ ଅଢେଇ ହଜାର କେଜି ଏବଂ କେ ନୂଆଗାଁ ଥାନା ଅଞ୍ଚଳରୁ ୨ ହଜାର କେଜି ଗଞ୍ଜେଇ ଜବତ କରାଯାଇଛି। 

ତେବେ ଏହି ସବୁ ଗଞ୍ଜେଇ କେଉଁମାନେ ଜଙ୍ଗଲରେ ଲୁଚାଇ ରଖିଥିଲେ ସେ ନେଇଁ ତଦନ୍ତ ଜାରି ରହିଛି। ଗତ ଜାନୁଆରୀରୁ ବର୍ତମାନ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ମୋଟ ୨୬ ହଜାର ୭୯୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ବିଭିନ୍ନ ଥାନାରେ ୪୪ଟି ମାମଲା ରୁଜୁ କରାଯାଇ ୭୪ ଜଣଙ୍କୁ ଗିରଫ କରାଯାଇଛି। 

Advertisment

ଗିରଫଙ୍କ ମଧ୍ୟରେ ୧୧ଜଣ ମହିଳା ଅଛନ୍ତି ଏବଂ ୨୫ଟି ଗାଡ଼ି ଜବତ କରାଯାଇଛି। ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏହି ଗଞ୍ଜେଇ ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ବାଲିଗୁଡ଼ା SDPO ସୂଚନା ଦେଇଛନ୍ତି।

Kandhamal Ganja Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ